spot_img

Latest Posts

ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ, ବ୍ରହ୍ମପୁର ପହଞ୍ଚିବା ପରେ ଲାଗିଲା ଗୋ ବ୍ୟାକ୍ ନାରା

ଗୋପାଳପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ । ବ୍ରହ୍ମପୁରରେ ପହଞ୍ଚିବା ପରେ ଲାଗିଲା ଗୋ ବ୍ୟାକ୍ ନାରା । ବିଧାୟକଙ୍କ ଗାଡ଼ିକୁ ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ଲୋକେ। ନିଜ ନିର୍ବାଚନମଣ୍ଡଳୀ ଗସ୍ତରେ ବିରୋଧର ସାମନା କରି ହଟହଟା ହୋଇଛନ୍ତି ପ୍ରଦୀପ । ତାଙ୍କୁ ଲାଞ୍ଜିପଲ୍ଲୀ ଓଭରବ୍ରିଜ ନିକଟରେ ଅଟକାଇଥିଲେ ସ୍ଥାନୀୟ ଲୋକେ। କଳା ପତାକା ପ୍ରଦର୍ଶନ କରିବା ସହ ଗାଡ଼ି ସାମନାରେ ଠିଆ ହୋଇ ବାଟ ଓଗାଳିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବାରୁ ପୋଲିସ ପହଞ୍ଚିଥିଲା ।

ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ପ୍ରଦୀପଙ୍କ ନାଁରେ ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତରେ ଚାର୍ଜଫ୍ରେମ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଲୋକଙ୍କୁ ଠକିଥିବା ବିଧାୟକଙ୍କୁ ନିର୍ବାଚନମଣ୍ଡଳୀରେ ପୂରାଇ ନଦେବାକୁ ବିକ୍ଷୋଭ କରିଛନ୍ତି ସ୍ଥାନୀୟ ଲୋକେ। ଲୋକଙ୍କ ପଇସା ଫେରାଇବାକୁ ନାରାବାଜି କରିବା ସହ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଛନ୍ତି । ପ୍ରଦୀପଙ୍କ ହୀନସ୍ତା ଦେଖି ବ୍ରହ୍ମପୁର ବିଜେପିର ପ୍ରମୁଖ କର୍ମକର୍ତ୍ତା ତାଙ୍କ ସପକ୍ଷରେ ବାହାରିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇର ଶିକାର କ୍ଷତିଗ୍ରସ୍ତ ମଞ୍ଚ ପକ୍ଷରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୋପାଳପୁର ମାଟିରେ ପୂରାଇ ନଦେବାକୁ ଧମକ ଦିଆଯାଇଥିଲା । ଟଙ୍କା ନ ଫେରାଇଲେ ଆଗକୁ ଆହୁରି ବିରୋଧ କରାଯିବ ବୋଲି କ୍ଷତିଗ୍ରସ୍ତ ମଞ୍ଚ ଚେତାବନୀ ଦେଇଥିଲା ।

Latest Posts

Don't Miss