ବେଡ୍‌ ରୁମ ନୁହେଁ ଜେଲର ୱାର୍ଡ ରୁମରେ କଟିଲା ରାତି, ଧାଡ଼ିରେ ଠିଆ ହୋଇ ଆଣିଲେ ଉପମା ଘୁଘୁନି

ଭୁବନେଶ୍ୱର: ବଦଳିଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଠିକଣା । ଝାରପଡ଼ା ଜେଲରେ କଟିଲା ରାତି । ସଂଘରୋଧ କେନ୍ଦ୍ର ଓ୍ୱାର୍ଡ ନମ୍ବର ୧୪ ହେଲା ନୂଆ ଠିକଣା । ଏଲଇଡି ଜକମକ୍‌ ଲାଇଟରେ ନୁହେଁ, ମିଞ୍ଜିମି଼ଞ୍ଜି ଆଲୁଅର ନିବୁଜ କୋଠରୀରେ ଜେଲରେ କଟିଲା ରାତି ।  ପ୍ରଦୀପଙ୍କୁ ଖାଇବା ପାଇଁ ଗୋଟିଏ ଥାଳି, ୨ଟି ଗିନା ଓ ଶୋଇବା ପାଇଁ ୨ଟି କମ୍ବଳ ଦିଆଯାଇଛି। ରାତି ଗୋଟାଏ ଯାଏଁ ପ୍ରଦୀପଙ୍କ ଆଖିରେ ନିଦ ନଥଲା ।

Special Courts Sends Pradeep Panigrahi To 14 Days Judicial Custody

ଝାରପଡ଼ା ଜେଲରେ ପ୍ରଦୀପ ଦେଖିଥିଲେ ସକାଳର ସୂର୍ଯ୍ୟ । ଜେଲ ନିୟମ ଅନୁସାରେ ଭୋର୍‌ରୁ ଉଠି ନିତ୍ୟକର୍ମ ସାରି ୮ଟା ବେଳକୁ ଚାହା, ସୁଜି ଉପମା ଓ ଘୁଗୁନି ଜଳଖିଆ କରିଥିଲେ । ଲାଇନରେ ଠିଆ ହୋଇ ମାଗି ଖାଇବାକୁ ପଡ଼ିଥିଲା । ଆଜି ସାଢେ ୧୧ଟା ବେଳକୁ ଲଞ୍ଚ କରିବେ ପ୍ରଦୀପ । ଆଜିର ମେନ୍ୟୁ ରହିଛି ଭାତ, ରୁଟି, ଡାଲି, ତରକାରୀ, ସନ୍ତୁଳା । ଡିନରରେ ବି ସମାନ ଖାଦ୍ୟ ଦିଆଯିବ ।

Special Courts Sends Pradeep Panigrahi To 14 Days Judicial Custody

ଆଜି ମଧ୍ୟ କ୍ରାଇମ ବ୍ରାଞ୍ଚା ତାଙ୍କୁ ରିମାଣ୍ଡରେ ନେଇପାରେ । ଗୋଟିଏ ଆକାଉଣ୍ଟରେ ଏତେ ଟଙ୍କା ରହିଥିବା ବେଳେ ଅନ୍ୟ ଆକାଉଣ୍ଟରେ କେତେ ପରିମାଣରେ ଟଙ୍କା ଥାଇପାରେ ତାକୁ ନେଇ ଖୋଳତାଡ଼ କରିବ କ୍ରାଇମ ବ୍ରାଞ୍ଚ । ଆଜି ତାଙ୍କୁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏସଡିଜେଏମ୍‌ କୋର୍ଟରେ ଆବେଦନ କରାଯିବ । ଦୀପଙ୍କ ବିରୋଧରେ ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ (ବି) ଲାଗିଛି । ଏଥିସହ ଆଇଟି ଆକ୍ଟ ୨୦୦୦ ସେକ୍ସନ ୬୬ ସି ଓ ୬୬ ଡି ଧାରା ଲାଗିଛି । ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ଅପରାଧିକ ଷଡ଼ଯନ୍ତ୍ର, ଠକେଇ କରିଥିଲେ ।

Leave a Reply