ପୋଲିସକୁ ’ଫିନିସ୍’ କରିଦେବାକୁ ପ୍ରଦୀପଙ୍କ ଧମକ

ବ୍ରହ୍ମପୁର: ତୋତେ ଫିନିସ କରିଦେବି ତ୍ରିପାଠୀ । ବ୍ରହ୍ମପୁର ଟାଉନ ଥାନା ଆଇଆଇସି ସୁରେଶ ତ୍ରିପାଠୀଙ୍କୁ ଏ ହେଉଛି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର ସିଧା ଧମକ । ବ୍ରହ୍ମପୁର ଯିବା ବାଟରେ ଲାଞ୍ଜିପଲ୍ଲୀରେ ପ୍ରଦୀପଙ୍କୁ ସ୍ଥାନୀୟ ଲୋକ ବିରୋଧ କରିଥିଲେ । ସ୍ଥିତି ସମ୍ଭାଳୁଥିବାବେଳେ ସୁରେଶଙ୍କୁ ଏମିତି ସିଧା ଧମକ ଦେଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପଙ୍କୁ ପୋଲିସ ଅଧିକାରୀ ଗାଡ଼ି ଭିତରେ ବସିବାକୁ ବାରମ୍ବାର ଅନୁରୋଧ କରୁଥିବାବେଳେ ଉତ୍ତ୍ୟକ୍ତ ବିଧାୟକ କିନ୍ତୁ ଶୁଣିବାକୁ ନାରାଜ ଥିଲେ । ନାଲି ଆଖି ଦେଖାଇ ଦାଦାଗିରି କରି ସେ ରାସ୍ତା କ୍ଲିଅର କରିବାକୁ ପୋଲିସ ଅଫିସରଙ୍କୁ ଧମକ ଦେଉଥିଲେ । ଏପରିକି ଆବେ ଯାବେ ଭାଷାରେ କଥା ହେଉଥିବା ଦେଖିବାକୁ ମିଳିଛି । ଯାହାର ପ୍ରତିବାଦ କରିଛନ୍ତି ପୋଲିସ ଅଫସିର ସୁରେଶ ତ୍ରିପାଠୀ । କହିବାକୁ ଗଲେ ପୋଲିସ ଅଧିକାରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ ।