spot_img

Latest Posts

‘ସତସଙ୍ଗ’ର ଆଚାର୍ଯ୍ୟଦେବ ଶ୍ରୀଶ୍ରୀ ଅଶୋକ ଦାଦାଙ୍କର ମହାପ୍ରୟାଣ

କୋଲକାତା: କୋଟି ହୃଦୟର ଆରାଧ୍ୟ ‘ସତସଙ୍ଗ’ର ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ମହାପ୍ରୟାଣ ହୋଇଛି। ଆଜି ସକାଳ ୯ଟା ୪୦ ମିନିଟରେ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ମିଶନ୍ ହସ୍ପିଟାଲରେ ଶ୍ରୀଶ୍ରୀଦାଦା ଇହଲୀଳା ସମ୍ବରଣ କରିଛନ୍ତି। ଗତ କିଛିଦିନ ଧରି ସେ ଅସୁସ୍ଥତା ହେତୁ ମିଶନ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।

ଦେଶ ବିଦେଶରେ କୋଟି କୋଟି ସତସଙ୍ଗୀ ଅଭିଭାବକହୀନ ହୋଇପଡ଼ିବା ସହ ଆଧ୍ୟାତ୍ମିକ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ବୈଦିକ ବିଧିମତେ ଆଚାର୍ଯ୍ୟଦେବଙ୍କର ଶେଷକୃତ୍ୟ ଦକ୍ଷିଣ ଦୁର୍ଗାପୁର ସତସଙ୍ଗ ବିହାର ପରିସରରେ ସଂପନ୍ନ ହେବ। ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ପୌତ୍ର ଶ୍ରୀଶ୍ରୀଦାଦା, ଶ୍ରୀଶ୍ରୀଠାକୁରଙ୍କର ଭାବାଦର୍ଶ ଓ ‘ସତସଙ୍ଗ’ ଆନ୍ଦୋଳନର ବିସ୍ତାରରେ ନିଜକୁ ସାମିଲ କରିଥିଲେ। ୧୯୩୩ ମସିହା ଅକ୍ଟୋବର ୨୧ ତାରିଖରେ ସେ ଏବେକାର ବାଂଲାଦେଶର ହିମାୟିତପୁରଠାରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀଶ୍ରୀଦାଦା ୧୯୯୪ ମସିହାରେ ‘ସତସଙ୍ଗ’ର ଆଚାର୍ଯ୍ୟଦେବ ଭାବେ ଅଭିଷିକ୍ତ ହେବାପରେ ତାଙ୍କର ଅଭିଭାବକତ୍ୱ ଓ ନେତୃତ୍ବରେ କାୟାବିସ୍ତାର କରିଥିଲା ସତସଙ୍ଗ।

Latest Posts

Don't Miss