ପ୍ରକାଶ ହିନ୍ଦୁଜାଙ୍କୁ ସ୍ୱିସ୍ କୋର୍ଟର ଝଟକା, ଦେବାକୁ ପଡ଼ିବ ୧୦୦୦ କୋଟିର ଟ୍ୟାକ୍ସ, ଫ୍ରିଜ୍ ହେଲା ସମ୍ପତ୍ତି

1 min read

ହିନ୍ଦୁଜା ଗ୍ରୁପର ପ୍ରକାଶ ହିନ୍ଦିଜାଙ୍କୁ ଟ୍ୟାକ୍ସ ଚୋରି ମାମଲାରେ ସ୍ୱିଜରଲ୍ୟାଣ୍ଡର ଫେଡେରାଲ କୋର୍ଟର ଝଟକା । ଫେଡେରାଲ କୋର୍ଟ ଅନୁଯାୟୀ, ପ୍ରକାଶଙ୍କୁ ୧୩.୭ କୋଟି ଡଲାର ଅର୍ଥାତ, ୧୦୦୦ କୋଟି ଟଙ୍କାର ଟ୍ୟାକ୍ସ ଦେବାକୁ ପଡ଼ିବ । କୋର୍ଟ ତାଙ୍କ ସମ୍ପତ୍ତି ଜବତ କରିବାର ନିର୍ଦ୍ଦେଶକୁ ମଧ୍ୟ ବୈଧ ବୋଲି କହିଛନ୍ତି ।

ଉଲ୍ଲେଖନୀୟ ଯେ, ୭୬ ବର୍ଷୀୟ ପ୍ରକାଶ ହିନ୍ଦୁଜା ୟୁରୋପରେ ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ୍ ଅଛନ୍ତି । ହିନ୍ଦୁଜା ଗ୍ରୁପ୍‌କୁ ଚାରି ଭାଇ ଗୋପିଚାନ୍ଦ ହିନ୍ଦୁଜା, ପ୍ରକାଶ ହିନ୍ଦୁଜା, ଅଶୋକ ହିନ୍ଦୁଜା ଓ ଏସପି ହିନ୍ଦୁଜା ଦେଖାଶୁଣା କରୁଛନ୍ତି । ଫୋବର୍ସ ମାଗାଜିନର ସୂଚନା ଅନୁସାରେ, ‘ହିନ୍ଦୁଜା ବ୍ରଦର୍ସ’ର ବର୍ତ୍ତମାନ ମୂଳ ସମ୍ପତ୍ତିର ମୂଲ୍ୟ ୧୫.୪ ବିଲିୟନ ଡଲାର(ପ୍ରାୟ ୧.୧୨ ଲକ୍ଷ କୋଟି ଟଙ୍କା) ରହିଛି ।

ମିଳିଥିବା ଖବର ଅନୁସାରେ, ସ୍ୱିଜରଲ୍ୟାଣ୍ଡର ସୁପ୍ରିମକୋର୍ଟ (ଫେଡେରାଲ ଟ୍ରିବୁନାଲ) ବୁଧବାର ସ୍ୱିସ୍ ଟାକ୍ସ ଅଥରିଟିଙ୍କ ନିର୍ଦେଶକୁ ଠିକ୍ ବୋଲି କହିଛନ୍ତି। ଏହା ସହିତ ପ୍ରକାଶ ହିନ୍ଦୁଜାଙ୍କ ଉପରେ ଗତ ବର୍ଷ ସୁଦ୍ଧା ୧୩.୭ କୋଟି ଡଲାର ବକେୟା ଟାକ୍ସ ବାକି ରହିଛି । ଏହା ୨୦୦୮ ରୁ ୨୦୧୭ ଭିତରର ରହିଛି । ପ୍ରକାଶ ହିନ୍ଦୁଜାଙ୍କ ବିରୋଧରେ ଅଭିଯୋଗ ରହିଛି ଯେ, ସେ ଟାକ୍ସ ବଞ୍ଚାଇବା ପାଇଁ ନିଜକୁ Monaco ର ନାଗରିକ ବୋଲି କହୁଥିଲେ ଓ ନିଜ ସମ୍ପତ୍ତିର ମୂଲ୍ୟ କମ୍ କରିକି କହିଥିଲେ।

Leave a Reply