ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଲଢ଼ିବେ ପ୍ରଣବ ପ୍ରକାଶ ଦାସ, ଭୁବନେଶ୍ବରରେ ଅପରାଜିତାଙ୍କୁ ଟକ୍କର ଦେବେ ମନ୍ମଥ

ଭୁବନେଶ୍ବର: ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନୈତିକ ଦଳମାନେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି । ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବାବେଳେ ବୁଧବାର ବିଜେଡି ପକ୍ଷରୁ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ବିଜେଡି ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଛନ୍ତି । କୁହାଯାଉଛି କି, ଏହି ଲୋକସଭା ଆସନରେ କଡା ଟକ୍କର ହେବ । ଉଭୟ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା । ଏଣୁ ଏହି ଲୋକସଭା ଆସନରେ ବିଜୟ ପାଇଁ ଉଭୟଙ୍କ ମଧ୍ୟ ଲଢ଼େଇ ଜୋରଦାର ହେବ । ଅନ୍ୟପଟେ ବହୁ ଚର୍ଚ୍ଚିତ ଲୋକସଭା ଆସନ ଭୁବନେଶ୍ବରରେ ଅପରାଜିତା ଷଢ଼ଙ୍ଗୀଙ୍କୁ ଟକ୍କର ଦେବେ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ୁଥିବା ମନ୍ମଥ ରାଉତରାୟ । ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଅପରାଜିତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ । ଗତ ନିର୍ବାଚନରେ ଅପରାଜିତା ଷଢ଼ଙ୍ଗୀ ବିଜୟୀ ହୋଇଥିଲେ । ମାତ୍ର ଏଥର ତାଙ୍କୁ ତାଙ୍କ ସଂସଦୀୟ କ୍ଷେତ୍ରରେ ଜନତା ବିରୋଧ କରୁଥିବାରୁ ଖବର ସାମନାକୁ ଆସୁଛି । ପ୍ରତିଦିନ ଅପରାଜିତାଙ୍କୁ ପ୍ରତିବାଦ କରୁଥିବାବାର ଭିଡିଓ ମଧ୍ୟ ନଜର ଆସିଛି । ତେବେ ଏହାର ଫାଇଦା ଉଠାଇବେ ନୂଆ ପ୍ରାର୍ଥୀ ମନ୍ମଥ ।