spot_img

Latest Posts

ବିଧାନସଭାରେ ଭିନ୍ନ ଚିତ୍ର, ସୂର୍ଯ୍ୟବଂଶୀଙ୍କ ପିଠିରେ ପ୍ରଣବଙ୍କ ହାତ

ଭୁବନେଶ୍ୱର: ବିଧାନସଭାରେ ଦେଖିବାକୁ ମିଳିଥିଲା ଭିନ୍ନ ଚିତ୍ର। ରାଜ୍ୟପାଳ ଅଭିଭାଷଣ ଉପରେ ପ୍ରଥମ ଥର ପାଇଁ ଧାମନଗର ବିଜେପି ବିଧାୟକ ସୂର୍ଯ୍ୟବଂଶୀଙ୍କ ବିବୃତି ରଖିଥିଲେ। ସେ ତାଙ୍କ ବିବୃତରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ପ୍ରଶ୍ନ କରିଥିଲେ। ବିରୋଧୀ ଦଳର ବିଧାୟକ ହେଉଛନ୍ତି ସୂର୍ଯ୍ୟବଂଶୀ। ତାଙ୍କ ଭାଷଣ ସରୁ ସରୁ ବିଧାନସଭାରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା।

ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜ ଆସନରୁ ଉଠିଆସି ସୂର୍ଯ୍ୟବଂଶୀଙ୍କ ପିଠି ଥାପୁଡ଼େଇଥିଲେ। ଏହା ବିଧାନସଭାରେ ବେଶର ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଥିଲେ ସୂର୍ଯ୍ୟବଶୀ ସୁରଜ। କିନ୍ତୁ ରାଜନୀତିରୁ ଉର୍ଦ୍ଧରେ ରହି ପ୍ରଣବ ପ୍ରଥମ ଥର ଅଭିଭାଷଣ ଦେଇଥିବାରୁ ଧାମନଗର ବିଧାୟକଙ୍କ ପିଠି ଥାପୁଡେଇବାକୁ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

Latest Posts

Don't Miss