ପ୍ରଶାନ୍ତ କିଶୋର କହିଲେ କ୍ଷମା ମାଗନ୍ତୁ ରାହୁଲ ଗାନ୍ଧି, ଜାଣନ୍ତୁ କାହିଁକି ?

ନନ୍ଦିଘୋଷ ବ୍ୟୁରୋ: ବିହାର ରାଜନୀତି ଉଷ୍ମ ହେବାରେ ଲାଗିଛି । ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା ଆଗକୁ ନିର୍ବାଚନ ହେବାକୁ ଯାଉଛି । ସରକାର ଗଠନ ପାଇଁ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି ପ୍ରସ୍ତୁତ ଜାରି ରଖିଛନ୍ତି । ତେବେ କେତେବେଳେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ତ ଆଉ କେତେବେଳେ ସରକାର ପୂର୍ବ କଥା କହି ଟାର୍ଗେଟ କରୁଛନ୍ତି । ଏହାରି ଭିତରେ ଜନ ସୂରଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି କ୍ଷମା ମାଗନ୍ତୁ ରାହୁଲ ।

କହି ରଖୁଛୁ କି, ବିହାରରେ ସବୁବେଳେ ଜଙ୍ଗଲ ରାଜକୁ ନେଇ ତର୍କ ଦେଖିବାକୁ ମିଳିଥାଏ । ନୀତିଶ କୁମାର ଲାଲୁ ଯାଦବ ଏବଂ ରାବ୍ରୀ ଦେବୀଙ୍କ ଶାସନକୁ ଜଙ୍ଗଲ ରାଜ କହି ବାରମ୍ବାର ଟାର୍ଗେଟ କରି ଆସିଛନ୍ତି । ଯେଉଁ କାରଣରୁ ନିକଟରେ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ କ୍ଷମା ମାଗିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏବେ ପ୍ରଶାନ୍ତ କିଶୋର ସମାନ ଘଟଣାକୁ ଦୋହରାଇଛନ୍ତି । ସେ କହିଛନ୍ତି କି ଲାଲୁ ଯାଦବଙ୍କ ସରକାର କଂଗ୍ରେସ ସହ ରହିଥିଲା । ଏଣୁ ଜଙ୍ଗଲରାଜରେ କଂଗ୍ରେସ ଜଡିତ । ଯେଉଁ କାରଣରୁ ବିହାର ଗସ୍ତରେ ଆସିବା ପୂର୍ବରୁ ସେ ମଧ୍ୟ କ୍ଷମା ମାଗନ୍ତୁ । ତେବେ ସବୁବେଳେ ମୋଦି ଏବଂ ରାହୁଲଙ୍କ ଟାର୍ଗେଟ କରନ୍ତି ପ୍ରଶାନ୍ତ କିଶୋର । ମାତ୍ର ଅଧିକାଂଶ ସମୟରେ ସେ ନୀତିଶ କୁମାର ଏବଂ ତେଜସ୍ବୀ ଯାଦବଙ୍କୁ ଟାର୍ଗେଟ କରିଥାନ୍ତି । ତେବେ ଆଗାମୀ ଦିନରେ ପ୍ରଶାନ୍ତ କିଶୋରଙ୍କ ଦଳକୁ ଲୋକେ କେମିତି ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି ।