ପାକିସ୍ତାନ ସହିତ ମ୍ୟାଚକୁ ନିନ୍ଦା କଲେ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ : ଏହି ମ୍ୟାଚ ସହିଦ ଯବାନ ଓ ମୃତ ୨୬ ପରିବାରଙ୍କୁ ଅପମାନ

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ସହିତ ମ୍ୟାଚକୁ ନିନ୍ଦା କଲେ ପହଲଗ୍ରାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ । ପହଲଗ୍ରାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ୬ ମାସ ବିତିଲାଣି । ଏହି ଘଟଣା ମନରୁ ଲିଭିନି କିନ୍ତୁ ଏପଟେ ଭାରତ ଓ ପାକିସ୍ଥାନ କ୍ରିକେଟ ମ୍ୟାଚ ଆମକୁ କଟା ଘାରେ ଚୂନ ଦେଲାଭଳି ଲାଗୁଛି ବୋଲି କହିଛନ୍ତି ପ୍ରଶାନ୍ତଙ୍କ ପତ୍ନୀ । ଇଣ୍ଡିଆ ପାକିସ୍ତାନ ମ୍ୟାଚ ବେଳେ ସବୁବେଳେ ଭାରତୀୟଙ୍କ ମନରେ ଉତ୍କଣ୍ଠା ଥାଏ । କିନ୍ତୁ ଏହି ମ୍ୟାଚ ଦ୍ଵାରା ଆମେ ପରୋକ୍ଷରେ ତାଙ୍କୁ ଆର୍ଥିକ ସହଯୋଗ କରୁଛୁ। ଅପରେସନ ସିନ୍ଦୂର ଆଉ ଅପରେସନ ମହାଦେବ କରାଗଲା। ଏହି ମ୍ୟାଚ ସହିଦ ଯବାନ ଓ ମୃତ ୨୬ ପରିବାରଙ୍କୁ ଅପମାନ କରୁଛି। ପ୍ରଧାନମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରୁଛି ଖେଳ ବାତିଲ ହେଉ ।ପହଲଗାମରେ ଆତଙ୍କବାଦୀ ଗୁଳିରେ ନିହତ ପ୍ରଶାନ୍ତ ଶତପଥୀଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।