ସୌମ୍ୟଙ୍କୁ ପ୍ରତାପଙ୍କ ସମାଲୋଚନା, କହିଲେ ଦଳ ଛାଡ଼, ସମ୍ପାଦକୀୟ ଲେଖ

ଭୁବନେଶ୍ବର: ବିଜେଡିକୁ ବ୍ଲାକମେଲ କରୁଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ଗଣତାନ୍ତ୍ରିକ ପଦ୍ଧତିରେ ସମସ୍ତେ ନିଜ ନିଜର ମତ ରଖିପାରିବେ । ଏକ ନିର୍ଦ୍ଦିଷ୍ଟ ଦଳର ବିଧାୟକ  ହୋଇ ମଧ୍ୟ ବାରମ୍ବାର ଦଳ ଏବଂ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ଯାହାକୁ ବ୍ଲାକମେଲ ବୋଲି କୁହାଯାଏ ।  ସେ ଉଦ୍ଦେଶ୍ୟମୂଳକଭାବେ ଦଳ ବିରୋଧରେ ଲେଖୁଛନ୍ତି । ଯଦି କିଛି କହିବାର ଅଛି ତାହେଲେ ଦଳୀୟ ପ୍ଲାଟଫର୍ମରେ କୁହନ୍ତୁ । ଯଦି ଦଳ କଥା ମାନୁନାହାନ୍ତି ତାହାଲେ ଦଳରୁ ଇସ୍ତଫା ଦେଇଦିଅନ୍ତୁ ଏବଂ ସମ୍ପାଦକୀୟ ଲେଖନ୍ତୁ ବୋଲି ସିଧାସଳଖ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ପ୍ରତାପ ଦେବ ।