ନନ୍ଦିଘୋଷ ବ୍ୟୁରୋ: ଖର୍ଚ୍ଚ ହୋଇପାରୁନି ବଜେଟ ଅର୍ଥ। ଠିକ ଭାବେ ତଥ୍ୟ ଦିଆଯାଉନଥିବା ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ। ମୁଖ୍ୟମନ୍ତ୍ରୀଙ୍କ ତାଫରୁ ଗୃହରେ ଉତ୍ତର ରଖୁଥିବା ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉତ୍ତରକୁ ନେଇ ପ୍ରଶ୍ନ କରିଛି ବିଜେଡି। ବଜେଟ ଖର୍ଚ୍ଚ ନୈରାଶ୍ୟଜନକ ବୋଲି କହିଛନ୍ତି ପ୍ରତାପ ଦେବ। ଅକ୍ଟୋବର ସୁଦ୍ଧା ମାତ୍ର ୩୯ ପ୍ରତିଶତ ଖର୍ଚ୍ଚ ହୋଇଛି। ଯେଉଁଠି ପ୍ରଶାସନିକ ୪୪ ପ୍ରତିଶତ ଓ ଦରମା ବାବଦ ୩୬ ପ୍ରତିଶତ ରହିଛି। ଆଉ ମାତ୍ର ୧୫ ପ୍ରତିଶତ ହିଁ ଖର୍ଚ୍ଚ ହୋଇ ପାରିବ। କେନ୍ଦ୍ରୀୟ ଅନୁଦାନ ୪୧ ହଜାର କୋଟି ଆକଳନ କରାଯାଇଥିଲା। ହେଲେ ମିଳିଛି ମାତ୍ର ୭ ହଜାର ୬୧୩ କୋଟି। ଯାହା ମାତ୍ର ୧୮ ପ୍ରତିଶତ। ସେହିପରି ବଜେଟ ଖର୍ଚ୍ଚ ନ ହେଲେ ବିକାଶ ହୋଇ ପାରିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ସେପଟେ ଆଇନମନ୍ତ୍ରୀ କହିଛନ୍ତି ଗତ ବର୍ଷ ଅକ୍ଟୋବର ତୁଳନାରେ ଏଥର ଅଧିକ ଖର୍ଚ୍ଚ ହୋଇଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା ବଜେଟ ଅର୍ଥ ଭଲ ଭାବେ ଖର୍ଚ୍ଚ ହେବ। ଏହାସହ ଏଥର ଅଧିକ ମୌସୁମୀ ଯୋଗୁଁ ବ୍ୟୟ ଧିମେଇ ଥିବା ଆଇନ ମନ୍ତ୍ରୀ ସ୍ୱୀକାର କରିଛନ୍ତି।

