ବିଜେପି ବାହାପିଆ ଦଳ, ସେମାନଙ୍କର କାର୍ଯ୍ୟ ଶୂନ : ପ୍ରତାପ ଦେବ

ଭୁବନେଶ୍ବର: ଓଡ଼ିଶାରେ ବିଜେପିର ସରକାର ଗଠନ ସ୍ବପ୍ନକୁ କଟାକ୍ଷ କରିଛି ବିଜେଡି। ପ୍ରଧାନମନ୍ତ୍ରୀଙ୍କ ବିଜେଡିର ଏକ୍ସପାରୀ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ କହିଛି, ବିଜେଡିର କ୍ଷତିକୁ ବିଜେପି ଅପେକ୍ଷା କରିଛି । ୨୦୧୪ ନିର୍ବାଚନରେ ମଧ୍ଯ ପ୍ରଧାନମନ୍ତ୍ରୀ ସେହି ସମାନ କଥା କହିଥିଲେ। ଏଥର ନବୀନ ବାବୁ ଯାଉଛନ୍ତି । ସେମିତି ଏଥର ବି ନିର୍ବାଚନ ଆସିଛି । ସେମିତି ଏଥର ମଧ୍ଯ ସେମାନେ ସରକାର ଗଢିବେ ବୋଲି କହୁଛନ୍ତି । ଯାହାକି ଦିବାସ୍ବପ୍ନ ବୋଲି କହିଛନ୍ତି ବିଜେଡି ନେତା ପ୍ରତାପ ଦେବ । ସେହିପରି ବିଜେପିର ସରକାର ଗଠନକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମଗିରି ବିଜେଡି ବିଧାୟକ ପ୍ରାର୍ଥୀ ଉମା ସାମନ୍ତରାୟ ।  ବିଜେପି ବାହାପିଆ ଦଳ ହୋଇଥିବା ବେଳେ ସେମାନଙ୍କର କାର୍ଯ୍ୟ ଶୂନ। ୨୦୧୯ ନିର୍ବାଚନରେ ମିଶନ ୧୨୦ ନାରା ଦେଇଥିବା ବିଜେପି କେତେ ସିଟ ହାସଲ କଲା ତାହା ଓଡିଶା ବାସୀ ଜାଣିଛନ୍ତି।ବିକାଶ କାର୍ଯ୍ୟ କରୁଥିବା ନବୀନ ପଟ୍ଟନାୟକ କଥା କମ କୁହନ୍ତି ଓ କାମ ଅଧିକ କରି ଦେଖାନ୍ତି । ଆଗାମୀ ୪ ତାରିଖରେ ଓଡିଶାରୁ ବିଜେଡି ସରକାର ହଟିଯିବା ନେଇ ମୋଦି ଭାଷଣ ମାଧ୍ୟମରେ କହିଥିବା ବେଳେ ଏହା ଭାଷଣରେ ହି ରହିଯିବ ବୋଲି କହିଛନ୍ତି ଉମା । ବିଜେପିର ଭାଷଣବାଜି ଅଧିକ କାମ କମ। ଗ୍ୟାରେଣ୍ଟିର କଥା କହୁଥିବା ବିଜେପି ବିଶ୍ୱାସ ଯୋଗ୍ୟ ନୁହେଁ ବୋଲି ବିଜେପିର ମାନିଫେଷ୍ଟକୁ ସମାଲୋଚନା କରି ଏପରି କହିଛନ୍ତି ଉମା ସାମନ୍ତରାୟ।