spot_img

Latest Posts

ଦୁର୍ଘଟଣା ଭାଙ୍ଗି ଦେଇଥିଲା ବୈଜ୍ଞାନିକ ହେବାର ସ୍ବପ୍ନ: ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରରେ କାମ କରିବାକୁ ଇଚ୍ଛା, ଦରକାର ରାଷ୍ଟ୍ରପତିଙ୍କ ଅନୁମୋଦନ

ଦୁର୍ଘଟଣା ଭାଙ୍ଗି ଦେଇଥିଲା ବୈଜ୍ଞାନିକ ହେବାର ସ୍ବପ୍ନ: ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରରେ କାମ କରିବାକୁ ଇଚ୍ଛା, ଦରକାର ରାଷ୍ଟ୍ରପତିଙ୍କ ଅନୁମୋଦନ

ନନ୍ଦିଘୋଷ ବ୍ୟୁରୋ: ଇଚ୍ଛା ଥିଲା ବୈଜ୍ଞାନିକ ହେବେ । ପାଠପଢ଼ା ସରିଥିଲା । ନାସାରୁ ଡାକରା ମଧ୍ୟ ଆସିଥିଲା । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ସଡ଼କ ଦୁର୍ଘଟଣା ସବୁ କିଛି ଓଲଟପାଲଟ କରିଦେଲା । ଅଧାରେ ରହିଗଲା ବୈଜ୍ଞାନିକ ହେବାର ସ୍ବପ୍ନ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଟପୁର ପଞ୍ଚାୟତର ପ୍ରତାପ ନାରାୟଣ ସିଂହ କିନ୍ତୁ ହାର ମାନିନାହାନ୍ତି । ଫିଟ ହେବାକୁ ୧୦ ବର୍ଷ ଲାଗିଯାଇଥିବାବେଳେ ଏବେ ବି ସେ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରରେ କାମ କରିବାକୁ ଇଚ୍ଛା ରଖିଛନ୍ତି । ହେଲେ ଏଥିପାଇଁ ଆବଶ୍ୟକ ରାଷ୍ଟ୍ରପତିଙ୍କ ଅନୁମୋଦନ ।

କିଛିଦିନ ପରେ ପ୍ରତାପଙ୍କ ହୋଇଥାନ୍ତେ ନାସାର ବୈଜ୍ଞାନିକ । ହେଲେ ସ୍ବପ୍ନ ଉଜାଡ଼ି ଦେଲା ଦୁର୍ଘଟଣା । ୨୦୧୦ରେ ପୁନେ ୟୁନିଭର୍ସିଟିରେ ଫିଜିକ୍ସରେ MSC ପାସ କରିବା ପରେ ୨୦୧୩ରେ ରେଭେନ୍ସା ୟୁନିଭର୍ସିଟିରୁ ପୁଣି ସେହି ଫିଜିକ୍ସରେ MSC କରିଥିଲେ । ରେଭେନ୍ସା ୟୁନିଭର୍ସିଟିରେ ସେମିନାର ସାରି ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ପ୍ରତାପ । ସେବେଠାରୁ ବୈଜ୍ଞାନିକ ହେବାର ଇଚ୍ଛା ଅଧାରେ ଅଟକିଛି ।

ଦୀର୍ଘ ୧୦ ବର୍ଷ ହେବ ଘରେ ରହିଥିବା ବେଳେ ଏବେ ଏକ ଘରୋଇ କଲେଜରେ ଅଧ୍ୟାପନା କରୁଛନ୍ତି । ପାରିବାରିକ ଆର୍ଥିକ ସ୍ଥିତି ସେତେ ସ୍ୱଚ୍ଛଳ ନାହିଁ । ତଥାପି ହାର ମାନିନାହାନ୍ତି ପ୍ରତାପ । ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍ ଥିବାବେଳେ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରରେ କାର୍ଯ୍ୟ କରିବା ପାଇଁ ଇଚ୍ଛା ରଖିଛନ୍ତି । ଏଥିପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନର ଆବଶ୍ୟକ ରହିଛି । ରାଷ୍ଟ୍ରପତିଙ୍କୁ ଦେଖା କରିବା ପାଇଁ ଓ ଅନୁମୋଦନ ପାଇଁ ବିଭିନ୍ନ ସ୍ତରରେ ଚେଷ୍ଟା ଜାରି ରଖିଛନ୍ତି ପ୍ରତାପ । ପ୍ରତାପଙ୍କୁ ସହଯୋଗ ଯୋଗାଇ ଦିଆଗଲେ ସେ ଆଗାମୀ ଦିନରେ ଦେଶ ପାଇଁ ଗୌରବ ଆଣିପାରନ୍ତେ ।

Latest Posts

Don't Miss