ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ପ୍ରତୀକ୍ଷା’ ପୁରସ୍କୃତ

1 min read

ନୂଆଦିଲ୍ଲୀ: ପ୍ରଦାନ କରାଯାଇଛି ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଦିଲ୍ଲୀ ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ପ୍ରତୀକ୍ଷା’ ଜାତୀୟ ଚଳଚିତ୍ର ପୁରସ୍କାର ପାଇଛି  ।

ଫିଲ୍ମର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ରାଷ୍ଟ୍ରପତିଙ୍କ ପାଖରୁ ସମ୍ମାନ ଗ୍ରହଣ କରିଛନ୍ତି । ଫିଲ୍ମର ପ୍ରଯୋଜନା ଅମୀୟ ପଟ୍ଟନାୟକ କରିଥିବା ବେଳେ ନିର୍ଦ୍ଦେଶକ ଥିଲେ ଅନୁପମ ପଟ୍ଟନାୟକ । ଦୀପନ୍ବିତ ଦାସମହାପାତ୍ର ଓ ଚୌଧୁରୀ ଜୟପ୍ରକାଶ ଦାସ ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି । ସେହିଭଳି ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୟର ଝଲକ ଏଥିରେ ଦେଖିବାକୁ ମିଳିଛି  । ବାପାଙ୍କ ତ୍ୟାଗ, ବାପା-ପୁଅ ସମ୍ପର୍କ ଉପରେ ଆଧାରିତ ହୋଇଛି ଫିଲ୍ମ । ଫିଲ୍ମଟି ବେଶ ସଫଳତା ସାଉଁଟି ଥିଲା ।