ମାନସିକ ଦୁଃଶ୍ଚିନ୍ତାରୁ ସେ ଜୀବନ ନେଇଛି, ଦୁଃଶ୍ଚିନ୍ତାର କାରଣ କ’ଣ ସ୍ପଷ୍ଟ ହୋଇନି ..

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଏମ୍ସରେ ଚାଲିଛି ବଳଙ୍ଗା ପୀଡ଼ିତାଙ୍କର ବ୍ୟବଚ୍ଛେଦ । ଶବ ବ୍ୟବଚ୍ଛେଦ ପରେ ଅପରାହ୍ନରେ ମର ଶରୀରକୁ ଓଡି଼ିଶା ଅଣାଯିବ । ଝିଅର ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ବାପା ଓ ପରିବାର ଲୋକେ । ତାଙ୍କ ବାପା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଝିଅ ତ ଏବେ ତାଙ୍କ ପାଖରେ ନାହିଁ । ମାନସିକ ଦୁଃଶ୍ଚିନ୍ତାରୁ ସେ ନିଜର ଜୀବନ ନେଇଛି । ମୋ ଝିଅର ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି । ତେବେ କଣ ପାଇଁ ମାନସିକ ଦୁଃଶ୍ଚିନ୍ତା ଥିଲା, କାହିଁକି ସେ ଦୁଃଶ୍ଚିନ୍ତା ଥିଲା, ତାହା ଏଯାଏ ସ୍ପଷ୍ଟ ହୋଇପାରିନି । ବାପା ବି ସେହି କଥା ଏଯାଏଁ କହିନାହାନ୍ତି।

ରହସ୍ୟ ଭିତରେ ରହିଯାଇଛି ପୂରା ଘଟଣା । ଅନ୍ୟପଟେ ଗାଁରେ କବର ଖୋଳା ଚାଲିଥିବା ବେଳେ, ଆଇନ ଶୃଙ୍ଖଳା ସ୍ଥିତିକୁ ନଜରରେ ରଖି ପୀଡ଼ିତାଙ୍କ ଘର ଆଗରେ ସୁରକ୍ଷାକୁ କଡାକଡି କରାଯାଇଛି । ବଳଙ୍ଗା ଥାନାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଥାନା ନିକଟରେ ପହଞ୍ଚିଲେ ଆହୁରି ୨ ପ୍ଲାଟୁନ ଫୋର୍ସ ।