ରାଜଧାନୀରେ ନିର୍ବାଚନୀ ହିଂସା ଘଟଣା, ୧୨ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ନିର୍ବାଚନୀ ହିଂସା ଘଟଣା । ୧୨ ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ । ଗୋଷ୍ଠୀ ସଂଘର୍ଷରେ ସଂପୃକ୍ତ ଥିବା ଦୁଇ ଗୋଷ୍ଠୀର ୧୨ ଜଣଙ୍କୁ ଗିରଫ କରାଯଇଥିବାବେଳେ ଆଗକୁ ଗିରଫଦାରି ସଂଖ୍ୟା ବଢ଼ିବ । ଗିରଫ ୧୨ ଜଣଙ୍କୁ ଅଧିକ ପଚରା ଉଚରା କରୁଛି ପୋଲିସ । ସୂଚନା ଅନୁସାରେ ଗତ ଶୁକ୍ରବାର ରାତିରେ ମହାନଗର ନିଗମର ୩୩ ଓ ୪୫ ନମ୍ବର ଓ୍ବାର୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । । ୩୩ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟର ପ୍ରାର୍ଥିନୀଙ୍କ ସ୍ବାମୀ ଉମାକାନ୍ତ ଜେନାଙ୍କ ସମର୍ଥକ ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଗୋଷ୍ଠୀ ସଂଘର୍ଷରେ ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରେ କମିଶନରେଟ୍ ପୋଲିସ ଘଟଣାରେ ଆକ୍ସନ ନେବା ଆରମ୍ଭ କରିଛି ।