ପୁଣି ଭୀମସାରରୁ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୨ କରୋନା ସଂକ୍ରମିତ ଚିହ୍ନଟ

ସମ୍ବଲପୁର: ପୁଣି ଚିନ୍ତାରେ ଭୀମସାରର କତ୍ତୃପକ୍ଷ । ନିକଟରେ ଭୀମସାର ଓପିଡି ବନ୍ଦ କରାଯାଇଥିଲା । କାରଣ କରୋନା ଯୋଦ୍ଧା କରୋନାର ଶିକାର ହୋଇଥିଲେ । ଡାକ୍ତର ଓ ନର୍ସ କରୋନା ସଂକ୍ରମିତ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା । କେବଳ ରେଫର ରୋଗୀଙ୍କୁ ଆଡମିସନ ଅନୁମତି ରହିଥିଲା । ଏବେ ପୁଣି କିଛିଦିନର ବ୍ୟବଧାନ ପରେ ଭୀମସାରରୁ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୩ ଜଣ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି । ମହିଳା ଜଣଙ୍କ ହସ୍ପିଟାଲରେ ଆଡମିସନ ହୋଇଥିଲେ । ଲେବର ରୁମ୍ ରେ ଭର୍ତ୍ତି ହୋଇଥିବା ସମୟରେ ତାଙ୍କର ଟେଷ୍ଟ ହୋଇଥିଲା । ସେହି ସମୟରେ ତାଙ୍କ ରିପୋର୍ଟ ପୋଜିଟିଭ୍ ଆସିଛି । ତେବେ ମହିଳାଙ୍କ ସଂସ୍ପର୍ଶରେ ଆସି ତାଙ୍କ ସ୍ୱାମୀ ଓ ଜା’ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

ସଂକ୍ରମିତ ମହିଳା ବଲାଙ୍ଗୀର ଜିଲ୍ଲାର ନିବାସୀ ବୋଲି ଜଣାପଡିଛି । ଗତକାଲି ବୁର୍ଲା ଭୀମସାରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗକୁ ଚିକତ୍ସା ନିମନ୍ତେ ଆସିଥିଲେ । ଏଠାରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା। ତାଙ୍କ ସ୍ୱାମୀ ଓ ଜା’ ଙ୍କ ରିପୋର୍ଟ ପଜିଟିଭ୍ ଆସିଥିବାବେଳେ ତାଙ୍କୁ ଚିକିତ୍ସା କରୁଥିବା ୧୦ ଜଣ ଡାକ୍ତର, ନର୍ସ ଓ ୭ ଜଣ ପରାମେଡିକାଲ କର୍ମଚାରୀ ଏବେ କ୍ୱାରେଣ୍ଟାଇନ୍ ରେ ଅଛନ୍ତି ।

ତେବେ ଭୀମସାରର ଆଇସିୟୁ, କ୍ୟାନ୍ସର ୱାର୍ଡରେ କରୋନା ରୋଗୀଙ୍କ ଚିହ୍ନଟ ପରେ ଅଧିକାଂଶ ଡାକ୍ତର ତଥା ନର୍ସ କ୍ୱାରେଣ୍ଟାଇନରେ ଅଛନ୍ତି । ତେବେ ଭୀମସାରର ଆଇସିୟୁ, କ୍ୟାନ୍ସର ୱାର୍ଡରେ କରୋନା ରୋଗୀଙ୍କ ଚିହ୍ନଟ ପରେ ଅଧିକାଂଶ ଡାକ୍ତର ତଥା ନର୍ସ କ୍ୱାରେଣ୍ଟାଇନରେ ଅଛନ୍ତି । ଏହାସହ ଗତକାଲି ପର୍ଯ୍ୟନ୍ତ ଭୀମସାରର ସମସ୍ତ ଓପିଡି ତଥା ଅସ୍ତ୍ରୋପଚାର ସେବା ବନ୍ଦ ରହିଥିଲା । ଭୀମସାରର ସମସ୍ତ ଓପିଡି ତଥା ଅସ୍ତ୍ରୋପଚାର କେନ୍ଦ୍ର ଆଜିଠୁ ଖୋଲା ହୋଇଛି। ଜରୁରୀକାଳୀନ ରୋଗୀଙ୍କ ବ୍ୟତୀତ ସାଧାରଣ ରୋଗୀଙ୍କୁ ମେଡିକାଲ ନଆସିବାକୁ ମେଡିକାଲ କର୍ତ୍ତୁପକ୍ଷ ଅନୁରୋଧ କରିଛନ୍ତି । ଟେଲି ମେଡିସିନି ସେବାକୁ ଗୁରତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ଗତ ୧୩ ତାରିଖରୁ ଓପିଡି ବନ୍ଦ ଥିଲା । କିନ୍ତୁ ସ୍ଥିତି ସୁଧୁରୁଥିବାବେଳେ ପୁଣି ୩ଜଣ କରୋନା ପୋଟିିଭ୍ ଚିହ୍ନଟ ହେବା ପ୍ରଶାସନ ପାଇଁ ଚିନ୍ତା ବଢାଇଛି | ସମ୍ପୃକ୍ତ ବିଭାଗକୁ ସାନିଟାଇଜ କରାଯାଇଥିବା ଭୀମସାର ଅଧିକ୍ଷକ ସୂଚନା ଦେଇଛନ୍ତି।

 

ସୌମେନ୍ଦ୍ର ଶୁକ୍ଳା

Leave a Reply