ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ, ୨ କିଲୋମିଟର ଚାଲିଲେ ପ୍ରସୂତି

Pregnant Woman Walk 2 Km For Catch Ambulance In Keonjhar

କେନ୍ଦୁଝର: ପୁଣି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଚାଲି ଚାଲି ଆମ୍ବୁଲାନ୍ସ ପାଖକୁ ଆସିଲେ ପ୍ରସୂତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତ ପଙ୍ଗା ଗାଁ ମୁଣ୍ଡାସାହିରେ । ଗାଁର ମନୋଜ ମୁଣ୍ଡାଙ୍କ ସ୍ତ୍ରୀ ଇନ୍ଦିରାଙ୍କ ପ୍ରସବକାଳୀନ ବେଦନା ଆରମ୍ଭ ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ।

Pregnant Woman Walk 2 Km For Catch Ambulance In Keonjhar

ତେବେ ତେଲକୋଇରେ ଆମ୍ବୁଲାନ୍ସ ଉପଲବ୍ଧ ନଥିବାରୁ ପାଲଲହଡ଼ା ଉପଖଣ୍ଡ ଜମରଡିହରୁ ଆମ୍ବୁଲାନ୍ସ ଆସିଥିଲା । ଆମ୍ବୁଲାନ୍ସ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଥିବା ବେଳେ ଇନ୍ଦିରା ଅସୁରକ୍ଷିତ ଅବସ୍ଥାରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ମାଆ ଓ ଶିଶୁକୁ ଆଶାଦିଦି ଅଧିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ମେଡିକାଲ ଆଣିଥିଲେ । ତେବେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇ ପାରିନଥିଲା । ପ୍ରସୂତି ଆମ୍ବୁଲାନ୍ସ ପାଖକୁ ଆସିବା ପାଇଁ ତାଙ୍କୁ ୨ କିଲୋମିଟର ରାସ୍ତା ଚାଲିବାକୁ ପଡ଼ିଥିଲା ।

ଆମ୍ବୁଲାନ୍ସ କର୍ମଚାରୀ ଓ ପରିବାର ଲୋକ ତାଙ୍କୁ ଧରି ଧରି ଆଣିଥିଲେ । ତେଲକୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁର୍ଗମ ଅଞ୍ଚଳର ଗର୍ଭବତୀଙ୍କ ପାଇଁ ମାଆ ଗୃହର ସୁବିଧା ରହିଛି । ପ୍ରସବ ସମୟ ଆଗରୁ ସେମାନଙ୍କୁ ସୁରକ୍ଷିତ ମାତୃତ୍ୱ ଦେବା ପାଇଁ ମାଆ ଗୃହରେ ରଖିବାର ବ୍ୟବସ୍ଥା ମଧ୍ୟ ଅଛି । ତେବେ କାହିଁକି ସେମାନଙ୍କୁ ସେ ସୁବିଧାରୁ ବଞ୍ଚିତ କରାଯାଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି  କରିଛି ।

Leave a Reply