ବିବାହ ପୂର୍ବରୁ ୩୪ସନ୍ତାନର ମା’ ଏହି ଅଭିନେତ୍ରୀ, ଶ୍ରେୟସ ଆୟରଙ୍କ ସହ ଗଭୀର ସମ୍ପର୍କ
1 min read
ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଅନେକ ପୁରୁଣା ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଏବେ ବି ଲୋକଙ୍କ ହୃଦୟରେ ସ୍ଥାନ ବନେଇକି ରଖିଛନ୍ତି । ଯଦିଓ ସେମାନେ ଫିଲ୍ମଠାରୁ ଦୂରେଇ ରହିଛନ୍ତି, କିନ୍ତୁ ସେମାନେ ନିଜ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ଆମେ ଏପରି ଜଣେ ଅଭିନେତ୍ରୀଙ୍କ ବିଷୟରେ କହୁଛୁ, ଯିଏ ଆଜିକାଲି ଖବରର ଶିରୋନାମା ପାଲଟିଛନ୍ତି । ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟାଙ୍କ ଯିଏ ଶେଷ ଥର ପାଇଁ ୨୦୧୮ରେ ଫିଲ୍ମରେ ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ, ସେ ତାଙ୍କ ଦଳ ପଞ୍ଜାବ କିଙ୍ଗ୍ସ ପାଇଁ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଦଳ IPL 2025ର ଫାଇନାଲରେ ପହଞ୍ଚିବା ପରେ ସବୁ ଖବରକାଗଜରର ପ୍ରଣ୍ଟ ପେଜରେ ପ୍ରୀତି ଜିଣ୍ଟା ଛାଇ ଯାଇଛନ୍ତି ।
ପ୍ରୀତି ଜିଣ୍ଟା ୧୯୯୮ ମସିହାରେ ଶାହରୁଖ ଖାନଙ୍କ ଫିଲ୍ମ ‘ଦିଲ୍ ସେ’ ସହିତ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ। ଏହି ଫିଲ୍ମରେ ଅଭିନେତ୍ରୀ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ପରେ ସେ କ୍ୟା କେହନାରେ ନଜର ଆସିଥିଲେ। ନିଜର ପ୍ରତିଭା ପାଇଁ ବଲିଉଡରେ ଏକ ପରିଚୟ ସୃଷ୍ଟି କରିବା ସହିତ, ସେ ଲୋକଙ୍କ ହୃଦୟରେ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ୨୦୧୬ ମସିହାରେ, ଅଭିନେତ୍ରୀ ତାଙ୍କ ଜୀବନକୁ ଏକ ନୂତନ ମୋଡ଼ ଦେଇଥିଲେ ଏବଂ ବିବାହ କରିଥିଲେ, କିନ୍ତୁ ବିବାହର ୭ ବର୍ଷ ପୂର୍ବରୁ, ଅଭିନେତ୍ରୀଙ୍କୁ ମାଆର ମାନ୍ୟତା ମିଳିଥିଲା। ସେ ୩୪ଜଣ ସନ୍ତାନଙ୍କ ମା’ ବନିସାରିଥିଲେ । ତେବେ ଜାଣନ୍ତୁ ବିବାହ ପୂର୍ବରୁ ପ୍ରୀତି ଜିଣ୍ଟା କେମିତି ଏତେ ସନ୍ତାନଙ୍କ ମା’ ବନିଥିଲେ ।
୩୪ ଜଣ ପିଲାଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ
ବାସ୍ତବରେ ଯେତେବେଳେ ଅଭିନେତ୍ରୀ ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଥିଲେ, ସେ ସେହି ଦିନକୁ ଅଧିକ ସ୍ୱତନ୍ତ୍ର କରିଦେଇଥିଲେ । ୨୦୦୯ ମସିହାରେ ସେ ୩୪ ବର୍ଷ ବୟସରେ ପଦାର୍ପଣ କରିବା ପରେ ୩୪ ଜଣ ଅନାଥ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ସମସ୍ତେ କନ୍ୟା ସନ୍ତାନ ଥିଲେ। ସେହି ସମୟରେ, ଅଭିନେତ୍ରୀ ଏହି ବିଷୟରେ କହିଥିଲେ ଏବଂ ଏହାକୁ ଏକ ଅନନ୍ୟ ଅଭିଜ୍ଞତା ବୋଲି କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ସେ ଏହି ସମସ୍ତ ପିଲାମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନେବେ ଏବଂ ସେ ବର୍ଷକୁ ଦୁଇଥର ସେମାନଙ୍କୁ ଭେଟିବା ପାଇଁ ଋଷିକେଶ ଆସିବେ।
IPLରେ ଚର୍ଚ୍ଚିତ
ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ୨୦୨୧ ମସିହାରେ, ସେ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ଲୋକମାନଙ୍କୁ ଜଣାଇଥିଲେ ଯେ ସେ ସରୋଗେସି ମାଧ୍ୟମରେ ଦୁଇଟି ସନ୍ତାନ ଜୟ ଏବଂ ଜିୟାଙ୍କୁ ସ୍ୱାଗତ କରିଛନ୍ତି । IPLରେ ତାଙ୍କ ଦଳ ପଞ୍ଜାବ କିଙ୍ଗ୍ସ ଫାଇନାଲରେ ପ୍ରବେଶ କରିବା ପରେ ସେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ଏହି ଦଳର ଅଧିନାୟକ ହେଉଛନ୍ତି ଭାରତୀୟ କ୍ରିକେଟର ଶ୍ରେୟସ ଆୟର।