spot_img

Latest Posts

ଲକଡାଉନ୍ ପାଇଁ ବଢିପାରେ ପ୍ରିପେଡ୍ ପ୍ଲାନ୍ ଭ୍ୟାଲିଡିଟି…TRAI ର ଟେଲିକମ୍ କମ୍ପାନୀମାନଙ୍କୁ ଚିଠି

ଟେଲିକମ୍ ରେଗୁଲେଟର ଅଫ୍ ଇଣ୍ଡିଆ (TRAI) ଟେଲିକମ୍ କମ୍ପାନୀଗୁଡ଼ିକୁ ପ୍ରିପେଡ୍ ଭ୍ୟାଲିଡିଟି ବୃଦ୍ଧି କରିବାକୁ କହିଛି। କରୋନା ଭାଇରସ୍ ଲକଡାଉନ୍ କୁ ଧ୍ୟାନରେ ରଖି TRAI ଏହି ନିଷ୍ପତ୍ତି ନେଇଛି । ଟ୍ରାଇ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ, ଭୋଡାଫୋନ୍ ଆଇଡିଆ ଏବଂ ବିଏସ୍ଏନ୍ଏଲ୍ କୁ ସେମାନଙ୍କ ପ୍ରିପେଡ୍ ଗ୍ରାହକଙ୍କ ବୈଧତା ବୃଦ୍ଧି କରିବାକୁ କହିଛି  । ଏହା ଦ୍ୱାରା ସେମାନେ ଏହି ଲକଡାଉନ୍ ରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ।

ରିପୋର୍ଟ ଅନୁସାରେ , ଚଳିତ ମାସ ୨୯ ତାରିଖରେ, TRAI ଏହି ସମସ୍ତ କମ୍ପାନୀକୁ ଏକ ଚିଠି ଲେଖିଛି। ଏହି ଚିଠିରେ କମ୍ପାନୀଗୁଡିକ ସମସ୍ତ ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ଭ୍ୟାଲିଡିଟି ବଢାଇବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ଏହା ସହ TRAI ସୂଚନା ଦେଇଛି ଯେ ଲକଡାଉନ୍ ସମୟରେ ଗ୍ରାହକଙ୍କୁ ସବୁ ସେବା ଦିଆଯାଉ । ଟ୍ରାଏର ଏହି ନିଷ୍ପତ୍ତି ନେଇ କୌଣସି କମ୍ପାନୀ କିଛି ବୟାନ ଦେଇନାହାନ୍ତି । କେହି ଭ୍ୟାଲିଡିଟି ବଢାଇବା ନେଇ ମଧ୍ୟ କିଛି ଘୋଷଣା କରିନାହାନ୍ତି । ଆଶା କରାଯାଉଛି ଯେ, କମ୍ପାନୀଗୁଡିକ ଭ୍ୟାଲିଡିଟି ଏକ୍ସଟେଣ୍ଡ କରିବା ନେଇ ଏଲାନ କରିବେ ।

ସୂଚନାଯୋଗ୍ୟ ଯେ ଏହି କମ୍ପାନୀଗୁଡିକର ମୋଟ ମୂଲ୍ୟର ଏକ ବଡ଼ ଅଂଶ ହେଉଛି ପ୍ରିପେଡ୍ ଉପଭୋକ୍ତା  । ଏଭଳି ପରିସ୍ଥିତିରେ ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ବୈଧତା ବୃଦ୍ଧି କରିବାକୁ କୁହାଯାଇଛି। ଖୁବ ଶୀଘ୍ର ଏହା ଲାଗୁ ହୋଇପାରେ । କରୋନା ଭୂତାଣୁ ବିସ୍ତାରକୁ ଦେଖି ଭାରତ ସରକାର ୨୧ ଦିନ ପାଇଁ ଲକଡାଉନ୍ ର ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ, ଯଦି କମ୍ପାନୀଗୁଡିକ ସେମାନଙ୍କର ସମସ୍ତ ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ଏହି ପ୍ଲାନକୁ ବଢାନ୍ତି, ତେବେ ଏହା ଉପଭୋକ୍ତାମାନଙ୍କ ପାଇଁ ଏକ ଖୁସି ଖବର ହେବ ।

 

Latest Posts

Don't Miss