spot_img

Latest Posts

ମୟୂରଭଞ୍ଜ ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ; ଜୁନ ୧୯ରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନନ୍ଦିଘୋଷ ବ୍ୟୁରୋ : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆସିବେ ମୟୂରଭଞ୍ଜ । ଆସନ୍ତା ଜୁନ ୧୯ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ରାଇରଙ୍ଗପୁର ଗସ୍ତରେ ଆସିବେ । ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ତାଙ୍କ ଗାଁ କୁ ବୁଲି ଆସିବାକୁ କଥା ଦେଇଥିଲେ ପ୍ରଧାନମନ୍ତ୍ରୀ । ଆଉ ଏବେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଗାଁ ରାଇରଙ୍ଗପୁର ଆସିବାର ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ରାଇରଙ୍ଗପୁରରେ ବଡ଼ ସାଧାରଣ ସଭା କରି ବହୁ ଯୋଜନାର ଶୁଭାରମ୍ଭ କରିବେ । ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁର ଯିବେ । ଓଡ଼ିଶାରେ ପ୍ରଥମ ଥର ଭାରତୀୟ ଜଙ୍ଗଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ ଖୋଲିବ । ଯାହାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।

ଏହାର କୁସୁମୀ ବ୍ଲକ ସୁଳିଦୁମାରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ପୂର୍ବରୁ ଜବତ ବାଘ ଛାଲ ସହ ଅନ୍ୟ ଜନ୍ତୁଙ୍କର ବୈଜ୍ଞାନିକ ପରୀକ୍ଷା ପାଇଁ ଡେରାଡୁନକୁ ପଠେଇବାକୁ ପଡୁଥିଲା । ଏହି ଇନଷ୍ଟିଚ୍ୟୁଟ ହେବା ପରେ ଏବେ ଓଡ଼ିଶାରେ ଏହାର ପରୀକ୍ଷଣ ହେବ । ତେବେ ଚୂଡାନ୍ତ ଗସ୍ତ ସୂଚୀ ଆସିନି ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି । ଏ ନେଇ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀଙ୍କୁ ଫୋନ ଆସିଥିଲା । ପ୍ରଧାନମନ୍ତ୍ରୀ ଆସିଲେ ମୟୂରଭଞ୍ଜର ଐତିହ୍ୟ ବିକଶିତ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

Latest Posts

Don't Miss