ଯାଜପୁର : ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାଜପୁର ଓ ବାଲେଶ୍ବର ଗସ୍ତ କାର୍ଯ୍ୟକ୍ରମ । ଯାଜପୁର କୁସୁମା ନିକଟସ୍ଥ ପ୍ରଶାସନିକ ପଡ଼ିଆରେ ପ୍ରସ୍ତୁତ ହେଲିପ୍ୟାଡରେ ହେଲିକପ୍ଟର ଅବତରଣ କରିବା ପରେ ରାସ୍ତାରେ ଆସି ବିରଜା ମନ୍ଦିରରେ ପହଞ୍ଚିଛନ୍ତି ମହାମହିମ । ମନ୍ଦିରରେ ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ନେତୃତ୍ୱରେ ପୁରୋଧା ଜ୍ଞାନ ରଞ୍ଜନ ପତି ପୂଜା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ପୁରୋଧା ସରୋଜ କୁମାର ପତି ଓ ସହଯୋଗୀ ପିଣ୍ଡଦାନ କାର୍ଯ୍ୟକ୍ରମରେ ନିୟୋଜିତ ରହିବେ। ଏଥିସହ ୩୨ଜଣ ସେବାୟତ ମନ୍ଦିର ପରିସରରେ ମୁକ୍ତି ମଣ୍ଡପରେ ରହିବାର କାର୍ଯ୍ୟକ୍ରମ ରହିଛି। ମାଆ ବିରଜାଙ୍କ ମନ୍ଦିରରେ ପହଞ୍ଚି ଦର୍ଶନ କରୁଛନ୍ତି ରାଷ୍ଟ୍ରପତି । ପରେ ନାଭିଗୟାରେ ପହଞ୍ଚି ପିଣ୍ଡଦାନ କରିବେ । ସେଠାରୁ ବାହାରି ଅପରାହ୍ନ ୧୨ ଟା ୪୦ରେ ବାଲେଶ୍ବର ଫକୀର ମୋହନ ବିଶ୍ବ ବିଦ୍ଯାଳୟ ପହଞ୍ଚିବେ ରାଷ୍ଟ୍ରପତି । ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସଂଧ୍ଯା ୬ଟା ସୁଦ୍ଧା ପୁରୀ ତାଳବଣିଆ ହେଲିପ୍ଯାଡରେ ପହଞ୍ଚିବେ । ପୁରୀ ଲୋକ ଭବନ ଯାଇ ରାତ୍ରୀଯାପନ କରିବେ ।
ଆସନ୍ତା କାଲି ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । ୪ ତାରିଖ ରାଇରଙ୍ଗପୁର ଗସ୍ତ କରି ମହୁଲଡିହା ହଲିଡେ ହୋମର ଉଦଘାଟନ କରିବେ । ସରକାରୀ ବାଳିକା ହାଇସ୍କୁଲ କାର୍ଯ୍ଯକ୍ରମରେ ଯୋଗ ଦେଇ ବାଇଦପୋଷିରେ ଏକ ସ୍ପୋର୍ଟ କମ୍ପ୍ଲେକ୍ସ ଉଦଘାଟନ କରିବେ । ରାଇରଙ୍ଗପୁର ଅତିଥି ଭବନରେ ରାତ୍ରୀ ଯାପନ ପରେ ୫ ତାରିଖରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଦର୍ଶନ କରି ମୟୂରଭଞ୍ଜ ଶିମିଳପାଳ ଅଭୟାରଣ୍ଯ ଯାଇ ସେଠାରେ ରାତ୍ରୀ ଯାବନ କରିବେ । ୬ ତାରିଖରେ ଶିମିଳିପାଳ ଏକ ଟ୍ରାଇବାଲ କମ୍ଯୁନିଟି ଉଦଘାଟନ ପରେ ଭୁବନେଶ୍ବର ଫେରିବେ ରାଷ୍ଟ୍ରପତି । ଭୁବନେଶ୍ବର ବ୍ଲାକ ଶ୍ବାନ ସମ୍ମିଟରେ ଯୋଗ ଦେବେ ରାଷ୍ଟ୍ରପତି । ଭୁବନେଶ୍ବର ଲୋକ ଭବନରେ ରାତ୍ରୀ ଯାପନ ପରେ ୭ ତାରିଖ ୯ଟା ୨୦ରେ ପ୍ରତ୍ଯାବର୍ତ୍ତନ କରିବେ ରାଷ୍ଟ୍ରପତି ।

