spot_img

Latest Posts

ରେସରୁ ଓହରିବା ପରେ ଦେଶ ଉଦ୍ଦେଶ୍ଯରେ ବାଇଡେନଙ୍କ ଉଦବୋଧନ

ନନ୍ଦିଘୋଷ ବ୍ୟୁରୋ: ଦେଶର ଐକ୍ଯ ଲାଗି ଆଗାମୀ ପିଢିକୁ ଦାୟିତ୍ବ ଦେବାକୁ ହେବ । ରାଷ୍ଟ୍ରପତି ନିର୍ବାଚନରୁ ଓହରିବା ପରେ ପ୍ରଥମ ଥର ଲାଗି ଏହି ବିବୃତି ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇ ବାଇଡେନ କହିଛନ୍ତି- ଯୁବବର୍ଗଙ୍କ ସ୍ବରକୁ ଶକ୍ତିଶାଳୀ କରିବାକୁ ସେ ଚାହାଁନ୍ତି । ଦେଶର ଗଣତନ୍ତ୍ରର ସୁରକ୍ଷା ଲାଗି ପ୍ରତିବଦ୍ଧ ହେବାକୁ ସେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଗଣତନ୍ତ୍ରର ସୁରକ୍ଷା ଆଭିମୁଖ୍ଯ ନେଇ ସେ ନିର୍ବାଚନ ମଇଦାନରୁ ଓହରିଛନ୍ତି । ତେବେ ସେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପଙ୍କ ନାଁ ନେଇ ନଥିବା ସୂଚନା ମିଳିଛି। ଟ୍ରମ୍ପଙ୍କୁ ଗଣତନ୍ତ୍ର ବିରୋଧୀ ବୋଲି ଅନେକ ସମୟରେ ବାଇଡେନ ଦୋଷାରୋପ କରିଆସିଥିଲେ।

ବାଇଡେନ କହିଛନ୍ତି- ସେ ଦେଶକୁ ଭଲ ପାଆନ୍ତି । ଦେଶର ରାଷ୍ଟ୍ରପତି ହୋଇଥିବାରୁ ସେ ଗର୍ବବୋଧ କରୁଛନ୍ତି। ଆମେରିକୀୟ ଗଣତନ୍ତ୍ରର ସୁରକ୍ଷା ଲାଗି ଦେଶବାସୀଙ୍କୁ ଏକାଠି ହେବାକୁ ପଡିବ ବୋଲି ସେ ଆହ୍ବାନ ଦେଇଛନ୍ତି। ଗତ ଜୁଲାଇ ୨୧ରେ ରାଷ୍ଟ୍ରପତି ପ୍ରତିଦ୍ବନ୍ଦ୍ବିତାରୁ ଓହରିବା ନେଇ ଘୋଷଣା କରିଥିଲେ ବାଇଡେନ। କମଳା ହାରିସ ସମ୍ପର୍କରେ ସେ କହିଛନ୍ତି- କମଳା ଜଣେ ଅଭିଜ୍ଞ ନେତ୍ରୀ ଓ ଦକ୍ଷତା ସମ୍ପନ୍ନ । ଦେଶ ଲାଗି ସେ ଜଣେ ପ୍ରମୁଖ ନେତ୍ରୀ । କମଳାଙ୍କୁ ବିଜୟୀ କରିବେ କି ନାହିଁ ତାହା ଦେଶବାସୀଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି । ନିଜ ଭାଷଣରେ ବାଇଡେନ ପୂର୍ବତନ ରାଷ୍ଟ୍ରପତି ଥୋମାସ ଜାଫର୍ସନ, ଜର୍ଜ ଓ୍ବାଶିଂଟନ ଓ ଆବ୍ରାହମ ଲିଙ୍କନ ପ୍ରସଙ୍ଗ ଉଠାଇଥିଲେ ।

ସେପଟେ ଏହି ଭାଷଣକୁ ତୀବ୍ର ସମାଲୋଚନା କରିଛନ୍ତି ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ପମ୍ପ । ସେ କହିଛନ୍ତି- ବାଇଡେନ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ଭୁଲ ଓ ଆମେରିକାରେ ସେପରି କୌଣସି ସଙ୍କଟ ଦେଖାଯାଇନାହିଁ । କମଳା ହାରିସଙ୍କ ସମ୍ପର୍କରେ ବାଇଡେନ ଯାହା କହିଛନ୍ତି ତାହା ମିଥ୍ଯା ।

Latest Posts

Don't Miss