spot_img

Latest Posts

ସଂସଦର ବଜେଟ ଅଧିବେଶନ ; ମିଳିତ ଅଧିବେଶନରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ପ୍ରଥମ ଦିନରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ଅଭିଭାଷଣରେ ସ୍ଥାନ ପାଇଛି କେନ୍ଦ୍ର ସରକାରଙ୍କ ସଫଳତା । ନିଜ ଅଭିଭାଷଣରେ ଦ୍ରୌପଦୀ ମୁର୍ମୁ କହିଛନ୍ତି, ଗରିବ ଲୋକଙ୍କୁ ସଶକ୍ତ କରିବା ହେଉଛି ସରକାରଙ୍କର ପ୍ରାଥମିକତା। ୪ କୋଟି ଲୋକଙ୍କୁ ପକ୍କା ଘର ମିଳିଛି। ଜିଏସଟିରେ ସଂସ୍କାର ଆଣିବା ଦ୍ଵାରା ଲକ୍ଷ ଲକ୍ଷ କୋଟି ଟଙ୍କା ସଂଚୟ ହୋଇଛି।

ଜି ରାମ ଜୀ ଯୋଜନା ଦ୍ଵାରା ଗରିବ ଲୋକେ କାମ ପାଇବେ। ଦେଶରେ ମହିଳାମାନଙ୍କ ବିକାଶ ହୋଇଛି। ୨୫ କୋଟିରୁ ଅଧିକ ଲୋକ ଗରିବୀରୁ ଉପରକୁ ଉଠିଛନ୍ତି। ନକ୍ସଲମାନଙ୍କ ବିରୋଧରେ ଜୋରଦାର ଅଭିଯାନ ଚାଲିଛି। ଲାଲ ହିଂସା କବଳରୁ ମୁକ୍ତ ହେବ ଭାରତ।

Latest Posts

Don't Miss