spot_img

Latest Posts

ରାଫେଲରେ ଉଡ଼ିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନନ୍ଦିଘୋଷ ବ୍ୟୁରୋ: ରାଫେଲରେ ଉଡ଼ିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତୀୟ ବାୟୁସେନାର ଲଢୁଆ ବିମାନରେ ଉଡ଼ିବେ ରାଷ୍ଟ୍ରପତି। ହରିଆଣାର ଅମ୍ବାଲାରୁ ସେ ଭରିବେ ଉଡ଼ାଣ। ପୂର୍ବରୁ ୨୦୨୩ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁଖୋଇ-୩୦ଏମକେଆଇରେ ଉଡ଼ାଣ ଭରିଥିଲେ। ଭାରତୀୟ ବାୟୁସେନାର ରୂପାନ୍ତରିତ ରାଫେଲ ବିମାନରେ ଉଡ଼ାଣ ଭରିବା କ୍ଷେତ୍ରରେ ଦ୍ରୌପଦୀ ହେଉଛନ୍ତି ପ୍ରଥମ ମହିଳା ରାଷ୍ଟ୍ରପତି। ଫ୍ରାନସ ପକ୍ଷରୁ ନିର୍ମିତ ରାଫେଲ ଭାରତୀୟ ବାୟୁସେନା ଲାଗି ଅତି ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି। 4 POINT 5 ଜେନେରେସନର ଫାଇଟର ଏୟାରକ୍ରାଫ୍ଟର ରହିଛି ବହୁମୁଖୀ ସାମର୍ଥ୍ୟ। ରାଫେଲର ଭାରତ ଲାଗି ନିର୍ଦ୍ଧାରିତ ବୈଶିଷ୍ଟ ଅନୁସାରେ ଏହାକୁ ରୂପାନ୍ତରିତ କରାଯାଇଛି। ଏଥିରେ ଇସ୍ରାଏଲ ହେଲମେଟ ମାଉଣ୍ଟେଡ ଡିସପ୍ଲେ, ରାଡାର ୱାର୍ଣ୍ଣିଂ ରିସିଭର, ଲୋ-ବ୍ୟାଣ୍ଡେଡ ଜାମର, ୧୦ ଘଣ୍ଟାର ଫ୍ଲାଇଟ ଡାଟା ରେକର୍ଡିଂ ବ୍ୟବସ୍ଥା ଆଦି ରହିଛି।

Latest Posts

Don't Miss