ରାଷ୍ଟ୍ରପତି କୋବିନ୍ଦ ବର୍ଷେ ପାଇଁ ତାଙ୍କ ବେତନର ୩୦ ପ୍ରତିଶତ ଦାନ କରିବେ,ନୂଆ କାର କିଣା ସ୍ଥଗିତ

1 min read

ନୂଆଦିଲ୍ଲୀ: କରୋନା ସଙ୍କଟକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଷ୍ଟ୍ରପତି ଭବନରୁ ସୂଚନା ମିଳିଛି ଯେ, ରାଷ୍ଟ୍ରପତି ତାଙ୍କର ମାସକର ଦରମା ପିଏମ କେୟାର ଫଣ୍ଡକୁ ଦେଉଛନ୍ତି ଏବଂ ସେ ତାଙ୍କ ବେତନର ୩୦ ପ୍ରତିଶତ ବର୍ଷେ ପାଇଁ ଦାନ କରିବେ । ଏହା ସହିତ ଅନ୍ୟ କେତେଗୁଡ଼ିଏ ପ୍ରସ୍ତାବ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ କିଣିବେନି ନୂଆ କାର

ରାଷ୍ଟ୍ରପତି ଭବନ ପକ୍ଷରୁ ଦିଆଯାଇଥିବା ସୂଚନାରେ, ରାଷ୍ଟ୍ରପତି କୋବିନ୍ଦ ଏକ ଲିମୋଜିନ୍ କାର କିଣିବାର ପ୍ରସ୍ତାବକୁ ମଧ୍ୟ ସ୍ଥଗିତ ରଖିଛନ୍ତି । ସୂଚନା ଅନୁସାରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ପାଇଁ ଚଳିତ ବର୍ଷ ଏକ ନୂଆ ଲିମୋଜିନ୍ କିଣିବାକୁ ନିଷ୍ପତ୍ତି ନିଆଯାଇଥିଲା । କାରଣ ସେ ବର୍ତ୍ତମାନ ସୁଦ୍ଧା ମର୍ସିଡିଜ୍-ବେଞ୍ଜ୍ ଏସ୍ କ୍ଲାସ୍ (S600) ପୁଲମାନ୍ ଗାର୍ଡର ପୁରୁଣା ମଡେଲ୍ ବ୍ୟବହାର କରୁଛନ୍ତି । ସେଥିପାଇଁ ୨୦୨୧ ଗଣତନ୍ତ୍ର ଦିବସ ଅବସରରେ ସେ ଏକ ନୂତନ ଲିମୋଜିନ୍ କାରରେ ପ୍ୟାରେଡରେ ଆସିବାର ଥିଲା କିନ୍ତୁ କରୋନା ସଙ୍କଟ କାରଣରୁ ଏହାକୁ ବାତିଲ କରିଦିଆଯାଇଛି । କେବଳ ଏତିକି ନୁହେଁ, ରାଷ୍ଟ୍ରପତି ଭବନର କର୍ମଚାରୀଙ୍କୁ ଖର୍ଚ୍ଚ କମ୍ କରିବାକୁ ଏବଂ ବାକି ଟଙ୍କାକୁ କୋଭିଡ -୧୯ ବିରୋଧରେ ଲଢେଇ ପାଇଁ ଦାନ କରିବାକୁ  କୁହାଯାଇଛି ।

ରାଷ୍ଟ୍ରପତି ଭବନରେ ଅଧିକ ଖର୍ଚ୍ଚ ହେବ ନାହିଁ

କୋଭିଡ -୧୯ ସଙ୍କଟ ସମୟରେ ବହୁ ପଦକ୍ଷପ ନିଆଯାଉଛି । ଯେମିତିକି ଭୋଜିରେ କମ୍ ଅତିଥି, ଫୁଲର କମ୍ ବ୍ୟବହାର ସହ ଖାଦ୍ୟ ପ୍ରକାରକୁ କମାଇଦିଆଯିବାର ପଦକ୍ଷେପ ନିଆଯାଇଛି । ଏଥି ସହିତ ସାମାଜିକ ଦୂରତା ବଜାୟ ରଖିବା ଏବଂ ଖର୍ଚ୍ଚ କମାଇବା ପାଇଁ ରାଷ୍ଟ୍ରପତିଙ୍କୁ ଘରୋଇ ପରିଦର୍ଶନ କମାଇବା ଏବଂ କମ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ କୁହାଯାଇଛି । ରାଷ୍ଟ୍ରପତି ଭବନରେ କୁହାଯାଇଛି ଯେ, ଆମେ କୌଣସି ଅତିଥିଙ୍କ ସେବାରେ ସ୍ୱାଗତରେ କୌଣସି ଅଭାବ ରଖିବୁ ନାହିଁ, କିନ୍ତୁ ବର୍ତ୍ତମାନ ବେଶି ସୋ ଅଫ୍ କରାଯିବ ନାହିଁ ।

ବଢି ଚାଲିଛି କରୋନା ସଂକ୍ରମଣ

କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୩୭୨୨ ଟି ନୂତନ କରୋନା ସଂକ୍ରମଣ ରିପୋର୍ଟ ଆସିଛି ଯାହା ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ୭୮୦୦୩ ରେ ପହଞ୍ଚିଛି ଏବଂ ୧୩୪ ଜଣଙ୍କର ହୋଇଛି ଯାହାଦ୍ୱାରା ମୃତ୍ୟୁ ସଂଖ୍ୟା ୨୫୪୯ରେ ପହଞ୍ଚିଛି । ସଂକ୍ରମିତଙ୍କ ସଂଖ୍ୟା ୭୮ ହଜାର ଅତିକ୍ରମ କରିବା ପରେ, ୫୦ ହଜାରରୁ ଅଧିକ ସଂକ୍ରମଣ ଥିବା ଦେଶ ତାଲିକାରେ ଭାରତ ଦ୍ୱାଦଶ ସ୍ଥାନରେ ପହଞ୍ଚିଛି ।

Leave a Reply