spot_img

Latest Posts

ଭବ୍ୟ ରାମ ମନ୍ଦିର ପାଇଁ ୫ ଲକ୍ଷ ୧୦୦ ଟଙ୍କା ଦେଲେ ରାଷ୍ଟ୍ରପତି

ଅଯୋଧ୍ୟା: ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ  ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ମନ୍ଦିର ନିର୍ମାଣ ପାଇଁ ସେ ୫ ଲକ୍ଷ ୧୦୦ ଟଙ୍କାର ଚେକ୍‌ ଦାନ କରିଛନ୍ତି। ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟ ଆର୍ଥିକ ସହାୟତା ପାଇଁ ଅଭିଯାନ ଆରମ୍ଭ କରିଥିବା ବେଳେ ପ୍ରଥମ ଦିନରେ ରାଷ୍ଟ୍ରପତି ଟଙ୍କା ପ୍ରଦାନ କରି ଏହାର ଶୁଭାରମ୍ଭ କରିଛନ୍ତି।

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସହ ସଭାପତି ଗୋବିନ୍ଦ ଦେବ ଗିରଜୀ ମହାରାଜ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ତାଙ୍କ ସହ ଭିଏଚପିର କାର୍ଯ୍ୟକାରୀ ସଭାପତି ଆଲୋକ କୁମାର, ମନ୍ଦିର ନିର୍ମାଣ କମିଟିର ମୁଖ୍ୟ ନୃପେନ୍ଦ୍ର ମିଶ୍ର ଓ ଆରଏସଏସ ନେତା କୁଳଭୂଷର ଆହୁଜା ଉପସ୍ଥିତ ରହିଥିଲେ।

ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରଥମ ନାଗରିକ। ତେଣୁ ଆମେ ତାଙ୍କ ଠାରୁ ଏହି ଅଭିଯାନ ଆରମ୍ଭ କରିଛୁ ବୋଲି ଭିଏଚପିର କୁମାର କହିଛନ୍ତି। ଏଥିସହିତ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଲକ୍ଷେ ଟଙ୍କାର ଚେକ୍‌ ଦେଇଛନ୍ତି। ଏହି ଅର୍ଥ ସଂଗ୍ରହ ଅଭିଯାନ ଫେବୃଆରୀ ୨୭ ଯାଏ ଚାଲିବ।

Latest Posts

Don't Miss