ଲୋକଙ୍କୁ ଦେଖି ବଡଦାଣ୍ଡରେ ଅଟକିଗଲେ ରାଷ୍ଟ୍ରପତି କୋବିନ୍ଦ

ପୁରୀ: ଶ୍ରୀକ୍ଷେତ୍ରରୁ ବିଦାୟ ନେଉଥିଲେ ମହାମହିମ ରାଷ୍ଟ୍ରପତି । ପୁରୀରେ ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେଇ ଫେରୁଥିଲେ । ପୁରୀ ବାସୀ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ୱରେ ଉପସ୍ଥିତ ରହିଥିଲେ  ।  ଫେରିବା ବେଳେ ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଲୋକମାନେ ହାତ ହଲାଇ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହାଦେଖି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯାଇ ପାରିନଥିଲେ  । ଲୋକଙ୍କ ଅଭିବାଦନ ଦେଖି ଅଟକି ଯାଇଥିଲେ, ଗାଡ଼ିରୁ ଓହ୍ଲାଇ ଲୋକଙ୍କ ଉଦ୍ଦେଶ୍ୟରେ ଅଭିବାଦନ ଜଣାଇଥିଲେ ରାଷ୍ଟ୍ରପତି ।

ବ୍ୟାରିକେଡ୍‌ ପଛରେ ଛିଡ଼ାହୋଇ ତାଙ୍କ ଉଦ୍ଦେଶ୍ୟରେ ହାତ ହଲାଉଥିବା ଲୋକମାନଙ୍କୁ ଦେଖି ରାଷ୍ଟ୍ରପତି କାରକେଡରୁ ଓହ୍ଲାଇଥିଲେ । ହାତ ଉଠାଇ ଅଭିବାଦନ ଗ୍ରହଣ କରିଥିଲେ । ରାଷ୍ଟ୍ରପତି କାରକେଡରୁ ଓହ୍ଲାଇବା ସହ କିଛି ମୁହୂର୍ତ୍ତ ପୁରୀବାସୀଙ୍କ ସହ ଭାବ ବିନିମୟ କରିଥିଲେ । ଏହାପରେ ଶରଧାବାଲିରୁ ରାଜଭବନ ଅଭିମୁଖେ ଯାତ୍ରା କରିଥିଲେ । ରାଷ୍ଟ୍ରପତିଙ୍କ ଏଭଳି ମହନୀୟତାକୁ ସେଠାରେ ଉପସ୍ଥିତ ଲୋକେ ଭୂୟଶୀ ପ୍ରଶଂସା କରିଛନ୍ତି ।

Leave a Reply