spot_img

Latest Posts

୨୭ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି

୨୭ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୭ ଓ ୨୮ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୭ ତାରିଖ ଅପରାହ୍ଣ ୨ଟାରେ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି ।  ସେଠାରୁ ରାଜଭବନ ଆସିବା ପରେ ୨ଟା ୨୫ରେ ସେ କଳିଙ୍ଗ ଅତିଥି ନିବାସର ଉଦଘାଟନ କରିବେ । ସେଠାରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟର କିଛି ମନ୍ତ୍ରୀ ପ୍ରମୁଖ ସାମିଲ ହେବେ ।

ଉକ୍ତଦିନ ଅପରାହ୍ଣ ୪ଟା ୨୦ରେ ବିଧାନସଭାରେ ପହଞ୍ଚିବେ । ୧୭ତମ ବିଧାନସଭା ଅଧିବେଶନ ଅବସରରେ ଅପରାହ୍ଣ ୪ଟା ୩୦ରେ ବିଧାୟକମାନଙ୍କୁ ଉଦବୋଧନ ଦେବେ ରାଷ୍ଟ୍ରପତି । କାର୍ଯ୍ୟକ୍ରମ ଶେଷ କରିବା ପରେ ରାଜଭବନ କଳିଙ୍ଗ ଅତିଥି ନିବାସରେ ରାତ୍ରୀଯାପନ କରିବେ । ପରଦିନ ଅର୍ଥାତ ୨୮ ତାରିଖ ସକାଳ ୯ଟା ୩୫ରେ ଦିଲ୍ଲୀ ଅଭିମୁଖେ ଫେରିଯିବେ ରାଷ୍ଟ୍ରପତି ।

Latest Posts

Don't Miss