ବାହାଘର ସ୍ମୃତିକୁ ଫ୍ରେମରେ ସାଉଁଟିଲେ ପ୍ରିୟଙ୍କା ନିକ୍

1 min read

ବାହାଘର ହିନ୍ଦୁ ଧର୍ମର ଏକ ସ୍ୱତନ୍ତ୍ର ପରମ୍ପରା  । ବାହାଘର ସ୍ମୃତିକୁ ସମସ୍ତେ ନିଜ ଘରେ ସାଉଁଟି ରଖଥାନ୍ତି  । ସେ ସ୍ୱାମୀ-ସ୍ତ୍ରୀଙ୍କ ବାହାଘର ଫଟୋ ହେଉ ଅବା ଦୁହିଁଙ୍କ ଭଲପାଇବା  । ଫିଲ୍ମ ତାରକା ସମସ୍ତଙ୍କଠୁ ଭିନ୍ନ ଉପାୟ ଚିନ୍ତା କରି ସବୁବେଳେ ଚର୍ଚ୍ଚାରେ ଥାନ୍ତି  । ସୁନ୍ଦରୀ ପ୍ରିୟଙ୍କା ଓ ତାଙ୍କ ସ୍ୱାମୀ ନିକ୍ ଠିକ୍ ଏହିଭଳି ଏକ ଭିନ୍ନ ସ୍ମୃତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି  ।

ପ୍ରିୟଙ୍କା ଚୋପ୍ରା ନିଜ ଦେଶୀ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି  । ବିଦେଶରେ ଥାଇ ମଧ୍ୟ ଭାରତୀୟ ପର୍ବକୁ ପାଳନ କରିବାକୁ ଭୁଲନ୍ତି ନାହିଁ  । ଉଭୟେ ବାହାଘରର ଏକ ସ୍ମୃତିକୁ ସାଉଁଟି ରଖିବାକୁ ନିଷ୍ପତ୍ତି ନେଇଥିଲେ  । ପ୍ରିୟଙ୍କା ଏବଂ ନିକ୍ ଦିପାବଳୀରେ ଦୁହିଁଙ୍କ ଫଟୋ ସେୟାର କରିବା ସହ ସମସ୍ତ ଭାରତବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି  । ଏହି ଫଟୋରେ ପ୍ରିୟଙ୍କା ସୁନ୍ଦର କାରିଗରୀର ଲେହେଙ୍ଗା ପିନ୍ଧିଥିବା ବେଳେ ନିକ୍ ଲାଲ ରଙ୍ଗର କୁର୍ତ୍ତା ପିନ୍ଧିବାର ଦେଖାଯାଇଥିଲା  ।

ଗତ ଦୁଇ ବର୍ଷ ତଳେ ୨୦୧୮ ଡିସେମ୍ବର ୧ରେ ପ୍ରିୟଙ୍କା, ନିକ୍ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ  । ବାହାଘରରେ ଉଭୟଙ୍କ ମଧ୍ୟରେ ବିବାହ ଗଣ୍ଠି ପଡ଼ିଥିଲା ଓ ଏହି ବିବାହ ଗଣ୍ଠିକୁ ଉଭୟେ ଏକ ଫ୍ରେମ ମାଧ୍ୟମରେ ସନ୍ତକ ଭାବେ ନିଜ ଘରେ ରଖିଛନ୍ତି। ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି  । ଏଭଳି ଫ୍ରେମକୁ ସମସ୍ତ ଫ୍ୟାନ୍ସ ଖୁବ୍ ପସନ୍ଦ କରିଛନ୍ତି  ଏଥିସହ ଫଟୋରେ କମେଣ୍ଟ ମଧ୍ୟ ଦେଇଛନ୍ତି  ।

 

 

Leave a Reply