spot_img

Latest Posts

ଜାତୀୟ କ୍ରୀଡ଼ାରେ ଖେଳାଳିଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବ୍ୟୁରୋ ରିପୋର୍ଟ: ଆସନ୍ତା ୨୬ ତାରିଖରୁ ୩୭ତମ ଜାତୀୟ କ୍ରୀଡା ଗୋଆରେ ଆୟୋଜିତ ହେବାକୁ ଯାଉଛି । ଏଥିରେ ଓଡ଼ିଶାରୁ ୩ଶହରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ । ୩୧ଟି ବର୍ଗରେ ଖେଲାଳିମାନେ ସେମାନଙ୍କ କ୍ରୀଡା ପ୍ରତିଭା ପ୍ରଦର୍ଶନ କରିବେ । ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଯାଇ ରାଜ୍ୟ ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ସ୍ବର୍ଣ୍ଣ ଜିତିଲେ ୫ ଲକ୍ଷ, ରୌପ୍ୟ ପାଇଁ ୩ ଲକ୍ଷ ଓ ବ୍ରୋଞ୍ଜ ପାଇଁ ୨ ଲକ୍ଷ ଲେଖାଏଁ ପୁରସ୍କାର ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବ୍ୟକ୍ତିଗତ ଓ ଦଳଗତ ଇଭେଣ୍ଟରେ ଏହି ପୁରସ୍କାର ରାଶି ଦିଆଯିବ। ତିନିଶହ ଖେଳାଳିଙ୍କ ମଧ୍ୟରେ ୧୮୦ ଜଣ ମହିଳା କ୍ରୀଡାବିତ ସାମିଲ ଅଛନ୍ତି।

ଓଡ଼ିଶାକୁ ଶୁଭେଚ୍ଛା ଜଣାଇ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଜାତୀୟ କ୍ରୀଡାରେ ଓଡ଼ିଶା ନିଶ୍ଚିତ ଭଲ ପ୍ରଦର୍ଶନ କରିବ। ଗତ କିଛି ବର୍ଷ ହେଲା ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବଲ ପ୍ରଦର୍ଶନ କରିଆସୁଛି । ଏସିଆନ ଗେମସରେ ଭଲ ପ୍ରଦର୍ଶନ କରିଥିବାରୁ ନ୍ୟାସନାଲ ଗେମସରେ ମଧ୍ୟ ସ୍ବାଭାବିକ ଭାବେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରିଛନ୍ତି କ୍ରୀଡା ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଭିଜନରେ ଓଡ଼ିଶାରେ କ୍ରୀଡା ଭିତ୍ତିଭୂମି ସୁଦୃଢ ହୋଇଛି । ଭଲ ପ୍ରଦର୍ଶନ କରିଥିବାରୁ ମୁଖ୍ୟମନ୍ତ୍ରୀ ନିକଟରେ ଏସିଆଡ ସ୍ବର୍ଣ୍ଣ ପଦକ ବିଜେତା ହକି ଷ୍ଟାର ଅମିତ ରୋହିଦାସଙ୍କୁ ଦେଢ କୋଟି ଓ ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ସେହିପରି ଉଦୀୟମାନ ଜାଭେଲିନ ତାରକା କିଶୋର ଜେନାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦେଢ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି ।

Latest Posts

Don't Miss