spot_img

Latest Posts

ବାଲିଗୁଡ଼ା ଏନଏସି ପକ୍ଷରୁ ପୁଣି ଜୋର ଧରିଲା ଜବରଦଖଲ ଉଚ୍ଛେଦ ଅଭିଯାନ

ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ପକ୍ଷରୁ ପୁଣି ଜୋର ଧରିଲା ଜବରଦଖଲ ଉଚ୍ଛେଦ ଅଭିଯାନ । ସହରରେ ଟ୍ରାଫିକ ସମସ୍ୟାକୁ ସୁଧାରିବା ପାଇଁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଉଛି । ବାଲିଗୁଡ଼ା ସହର ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ କଡ଼ରେ ଉଠା ବ୍ୟବସାୟୀ ବିଭିନ୍ନ ପସରା ପକାଇ ବ୍ୟବସାୟ କରୁଛନ୍ତି । ତେଣୁ ଟ୍ରାଫିକ ସମସ୍ୟା ଉପୁଜୁଛି । ବାରମ୍ବାର ଉଚ୍ଛେଦ କରି ଉଠା ବ୍ୟବସାୟୀଙ୍କୁ ଭେଣ୍ଡିଂ ଯୋନକୁ ସ୍ଥାନାନ୍ତର କରିଥିଲେ ସୁଦ୍ଧା ସେଠାରୁ ଆସି ପୁଣି ରାସ୍ତା କଡ଼ରେ ବ୍ୟବସାୟ କରୁଛନ୍ତି । ସେପଟେ ପ୍ରଶାସନ ଦେଇଥିବା ଭେଣ୍ଡିଂ ଯୋନରେ କୌଣସି ସୁବିଧା ନଥିବାରୁ ସେଠାରେ ବ୍ୟବସାୟ ହେଉନାହିଁ ବୋଲି ଅଭିଯୋଗ ହେଉଛି । ଏଣୁ ରାସ୍ତା କଡ଼ରେ ବ୍ୟବସାୟ କରୁଛୁ ବୋଲି ଉଠା ଦୋକାନୀ କହିଛନ୍ତି । ଆମକୁ ପ୍ରଶାସନ ଅଣଦେଖା କରିବା ସହ ଆଜି ଜୋର ଜବରଦସ୍ତ ଆମ ପନିପରିବା ରାସ୍ତାରେ ଫୋପାଡ଼ି ଆମକୁ ଉଚ୍ଛେଦ କରାଯାଉଛି । ଆମକୁ ନ୍ୟାୟ ଦରକାର ବୋଲି କହିଛନ୍ତି ବ୍ୟବସାୟୀ । ଘଟଣାକୁ ନେଇ ବାଲିଗୁଡ଼ା ପୋଷ୍ଟ ଅଫିସ ଛକରେ କିଛି ସମୟ ହାଇଡ୍ରାମା ଚାଲିଥିଲା ଏବଂ ଉତ୍ୟକ୍ତ ଉଠା ବ୍ୟବସାୟୀ ରାସ୍ତାରୋକ କରିଥିଲେ । ପରେ ବାଲିଗୁଡ଼ା ଏସଡିପିଓ ଓ ପୋଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି ।

Latest Posts

Don't Miss