spot_img

Latest Posts

ଭାରତ ବନ୍ଦ ସମୟରେ ଜିଲ୍ଲାପଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଆନ୍ଦୋଳନକାରୀ

ବଲାଙ୍ଗୀର: ବଲାଙ୍ଗୀରରେ ଭାରତ ବନ୍ଦ ବେଳେ ଅପ୍ରୀତିକର ପରିସ୍ଥିତି। ଜିଲ୍ଲାପାଳଙ୍କ ପ୍ରକୋଷ୍ଠକୁ ଧସେଇ ପଶିଲେ ଆନ୍ଦୋଳନକାରୀ। ଚାଷୀ ସଂଗଠନ ଗୁଡିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ସହିତ ଧାରଣା ଦେଇଥିଲେ। ତେବେ ଜିଲ୍ଲାପାଳ ତାଙ୍କ ଅଫିସ ପ୍ରକୋଷ୍ଠରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥାଇ କାମ କରୁଥିବା ବେଳେ ଆନ୍ଦୋଳନକାରୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଫାଟକରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ଠେଲି ଆନ୍ଦୋଳନକାରୀ ଜିଲ୍ଲାପାଳଙ୍କ ଅଫିସ ଭିତରକୁ ଧସେଇ ପଶିଯାଇଥିଲେ।

ଏପରିକି ଜିଲ୍ଲାପାଳଙ୍କ ପ୍ରକୋଷ୍ଠକୁ ଆନ୍ଦୋଳନକାରୀ ଚାଷୀ ଓ କଂଗ୍ରେସ କର୍ମୀ ଧସେଇ ପଶିଥିଲେ। ଆନ୍ଦୋଳନ ଯୋଗୁଁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ନିଜେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଆସି କାର୍ଯ୍ୟ କରୁଥିବାରୁ ଆନ୍ଦୋଳନକାରୀମାନେ ପ୍ରତିବାଦ କରିଥିଲେ। ତେବେ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାରୁ ଜରୁରୀକାଳୀନ କାମରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି କାମ କରୁଥିବା ଜିଲ୍ଲାପାଳ ଚଞ୍ଚଲ ରାଣା ସୂଚନା ଦେଇଛନ୍ତି। ତେବେ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆନ୍ଦୋଳନକାରୀମାନେ ପୁଣି ଆନ୍ଦୋଳନସ୍ଥଳକୁ ଫେରିଆସିଥିଲେ।

Latest Posts

Don't Miss