ଉନ୍ନତ ସ୍ଵାସ୍ଥ୍ୟସେବା ଦାବି କରି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା

ବାଲେଶ୍ଵର ସୋର ଅଂଚଳରେ ଉନ୍ନତ ସ୍ଵାସ୍ଥ୍ୟସେବା ଦାବି କରି ଗଣଧାରଣା। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଛି ଗଣଧାରଣା। ସୋର ବ୍ଲକ ଅନ୍ତର୍ଗତ ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସର୍ବପୁରାତନ ହୋଇଥିବବେଳେ ଏଠାରେ ସମସ୍ୟା ଲାଗି ରହିଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ କର୍ମଚାରୀ ଅଭାବ, ସ୍ବତନ୍ତ୍ର ଡାକ୍ତର, ଫାର୍ମାସିଷ୍ଟ, ଏଏନଏମ, ଷ୍ଟାଫ୍ ନର୍ସ, ସହାୟକ ସହିତ ସମସ୍ତ ଅତ୍ୟାବଶ୍ୟକ ପଦବୀ ଶୀଘ୍ର ପୂରଣ କରିବାକୁ ଦାବି କରିଛନ୍ତି। ଉନ୍ନୟନ ପ୍ରଶାସନିକ କାର୍ଯ୍ୟାଳୟ ଗୃହ, ରୋଗୀ ସେବା ଭବନ, କର୍ମଚାରୀ ବାସଗୃହ ଓ ଆଧୁନିକ ଚିକିତ୍ସା ସାମଗ୍ରୀ ପ୍ରଦାନ କରିବାକୁ ଦାବି କରିଛନ୍ତି । ପୁରାତନ ଗୃହ ଭଙ୍ଗାଯାଇ ନୂତନ ଗୃହ ନିର୍ମାଣ ଦାବି ହୋଇଛି।ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସୋର, ବାହାନଗା ଓ ବାସୁଦେବପୁର ଅଂଚଳବାସୀ ନିର୍ଭର କରିଥାନ୍ତି। ହେଲେ ସୁଧୁରିନି ସ୍ଵାସ୍ଥ୍ୟ ବ୍ୟବସ୍ଥା। ପ୍ରତିବାଦ କରି କ୍ରିୟାନୁଷ୍ଠାନ କମିଟି ସମେତ ଶତାଧିକ ସଂଖ୍ୟାରେ ଅଂଚଳବାସୀ, ରାଜନେତା ଏହି ଗଣଧରଣାକୁ ସମର୍ଥନ ଜଣାଇ ଧାରଣାରେ ସାମିଲ ହୋଇଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ବିଧାନସଭା ଆଗରେ ଗଣଧାରଣା ଦେବାକୁ ଚେତାବନୀ ଦେଇଛନ୍ତିl