spot_img

Latest Posts

ସ୍ଥଗିତ ହେଲା କୃଷକ ଆନ୍ଦୋଳନ, ୧୧ ତାରିଖରୁ ଘରକୁ ଫେରିବେ ଚାଷୀ

ନୂଆଦିଲ୍ଲୀ: ଦୀର୍ଘ ୧ ବର୍ଷରୁ ଅଧିକ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଚାଲିଥିବାବା କୃଷକ ଆନ୍ଦୋଳନ ସ୍ଥଗିତ ହୋଇଛି। ଏନେଇ ସଂଯୁକ୍ତ କୃଷକ ମୋର୍ଚ୍ଚା ଏକ ସାମ୍ବାଦୀକ ସମ୍ମିଳନୀରେ ଘୋଷଣା କରିଛି। ଆସନ୍ତା ୧୧ ତାରିଖ କୃଷକମାନେ ଆନ୍ଦୋଳନ ସ୍ଥଳରୁ ନିଜ ଘରକୁ ଫେରିଯିବେ ବୋଲି କୁହାଯାଇଛି।

ତେବେ ଚାଷୀ ନେତା ବଲବୀର ରାଜେୱାଲ ସ୍ପଷ୍ଟ କରିଦେଇଛନ୍ତି ଯେ ଆନ୍ଦୋଳନ ଏବେ ଶେଷ ହୋଇନାହିଁ  ଏହାକୁ କେବଳ ସ୍ଥଗିତ କରାଯାଇଛି । ଆମେ ଅହଂକାରୀ ସରକାରଙ୍କର ମୁଣ୍ଡ ନୂଆଇ ଏକ ବଡ଼ ବିଜୟ ସହ ଯାଉଛୁ। ଜାନୁଆରୀ ୧୫ ରେ, ସଂଯୁକ୍ତ କିସାନ୍ ମୋର୍ଚ୍ଚାର ଆଉ ଏକ ସମୀକ୍ଷା ବୈଠକ ହେବ। ଯଦି ସରକାର ପ୍ରତିଶ୍ରୁତି ପୂରଣ ନକରନ୍ତି ପୁଣି ଆନ୍ଦୋଳନରେ ବସିବୁ ବୋଲି ସେ କହିଛନ୍ତି।

ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି ଯେ ୧୧ ଡିସେମ୍ବରୁ ବିଜୟଙ୍କ ସହ କୃଷକମାନେ ଦିଲ୍ଲୀ ସୀମା ଛାଡିବା ଆରମ୍ଭ କରିବେ। ଆମେ ୧୦ରୁ  ଏହା କରିବାକୁ ଚିନ୍ତା କରୁଥିଲୁ, କିନ୍ତୁ ଗତକାଲିର ଦୁର୍ଘଟଣା ଯୋଗୁ ଆମେ ୧୧ରୁ ବିଜୟ ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ନେଇଛୁ।

କୃଷକ ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ ନଭେମ୍ବର ୧୯ ରେ ପ୍ରଧାନମନ୍ତ୍ରୀ ମୋଦୀ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ। ଯାହା ପରେ ୨୧ ନଭେମ୍ବରରେ କୃଷି ସଂଗଠନ ୬ ଟି ଦାବି ସହିତ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିଥିଲେ। ଦୁଇ ସପ୍ତାହ ପର୍ଯ୍ୟନ୍ତ ଏହାର କୌଣସି ଉତ୍ତର ମିଳିନଥିଲା । ପରେ ଡିସେମ୍ବର ୭ରେ ସରକାରଙ୍କ ତରଫରୁ ଏକ ପ୍ରସ୍ତାବ ଆସିଥିଲା, ଯାହା ଉପରେ କୃଷକ ସଂଗଠନ କିଛି ପରିବର୍ତ୍ତନ କରିବାକୁ କହିଥିଲେ । ଏହା ପରେ ଗତକାଲି ଅର୍ଥାତ ଡିସେମ୍ବର ୮ରେ ପୁନର୍ବାର ଏକ ପ୍ରସ୍ତାବ ଆସିଲା ଏବଂ ଆଜି କେନ୍ଦ୍ର ସରକାରଙ୍କ କୃଷି ସଚିବ ସଞ୍ଜୟ ଅଗ୍ରୱାଲଙ୍କଠାରୁ ଏକ ଚିଠି ଆସିଛି, ଯାହା ପରେ ସଂଗଠନ ଏହି ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।

 

Latest Posts

Don't Miss