spot_img

Latest Posts

ଶପଥ ଗ୍ରହଣ ସମାରୋହରେ କରୋନା ଦ୍ୱାରା ସଂକ୍ରମିତ ହେଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ, ମୋଟ ୧୧ ଜଣ ସଂକ୍ରମିତ ଚିହ୍ନଟ

ପୁଡୁଚେରୀ: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମି ରବିବାର ଦିନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର କହିଛନ୍ତି ଯେ ରବିବାର ଦିନ ପୁଡୁଚେରୀସ୍ଥିତ ଇନ୍ଦିରା ଗାନ୍ଧୀ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ରଙ୍ଗାସାମିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଲା। ଏହା ପରେ ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମୁଖପାତ୍ର କହିଛନ୍ତି ଯେ ରଙ୍ଗାସାମିଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ସେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଛନ୍ତି।

AINRC ନେତା ଏନ ରଙ୍ଗାସାମି ଶୁକ୍ରବାର ଦିନ ପୁଡୁଚେରୀର ମୁଖ୍ୟମନ୍ତ୍ରୀଙ୍କ ଭାବେ ଶପଥ ଗ୍ରହଣ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମିଙ୍କ ଶପଥ ଗ୍ରହଣ ନେଇଥିଲେ। ସେହି ସମାରୋହରେ ଯୋଗ ଦେଇଥିବା ୧୮୩ ଜଣଙ୍କୁ ପରୀକ୍ଷା କରାଯାଇଥିଲା। ଏବଂ ସେମାନଙ୍କ ମଧ୍ୟରୁ ୧୧ ଜଣ କୋଭିଡ -୧୯ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି।

ରବିବାର ଦିନ ପୁଡୁଚେରୀରେ କରୋନା କାରଣରୁ ଗୋଟିଏ ଦିନରେ ୨୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୬୩୩ ଟି ନୂଆ ମାମଲା ଚିହ୍ନଟ ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ନୂତନ ମାମଲା ଆସିବା ପରେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୭୧ ହଜାର ୭୦୯କୁ ବୃଦ୍ଧି ପାଇଛି।

Latest Posts

Don't Miss