ପୁଲଓ୍ୱାମା ଆକ୍ରମଣ ଘଟଣା: ଚାର୍ଜସିଟ୍‌ରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ…

NIA Pulwama Attack

ନୂଆଦିଲ୍ଲୀ: ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଚାର୍ଜସିଟ୍‌ରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ପୁଲଓ୍ୱାମା ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ୨୩ ବର୍ଷିୟ ଯୁବତୀ, ଆତଙ୍କବାଦୀଙ୍କୁ କରିଥିଲା ସାହାଯ୍ୟ । ଆକ୍ରମଣର ମଷ୍ଟରମାଇଣ୍ଡ ମସୁଦ୍ ଆଝାର ଭଣଜା ଉମର ଫାରୁକ୍‌ର ଯୋଗାଯୋଗରେ ଥିଲା ୨୩ ବର୍ଷିୟ ଯୁବତୀ ଇନଶା ଜାନ୍‌ । ଖାଲି ଇନଶା ନୁହେଁ ପିତା ତାରିକ ପିର ବି ଘଟଣାରେ ସାମିଲ ରହିଥିବା ଏନଆଇଏ ଚାର୍ଜସିଟ୍‌ରେ ପ୍ରକାଶ ପାଇଛି । ଏନେଇ ସୂଚନା ଦେଇଛନ୍ତି ଜାତୀୟ ଅନୁସନ୍ଧାନକାରୀ ସଂସ୍ଥାର ଜଣେ ଅଧିକାରୀ ।

Pulwama-Attack-NIA

ଏଜେନ୍ସି ଦ୍ୱାରା ଦାଖଲ ହୋଇଥିବା ୧୩ ହଜାର ୫୦୦ ପୃଷ୍ଠାରେ ଇଶାନ ଜାନ ସହ ବହୁ ବାର ଉମର ଫାରୁକ୍‌କୁ ସାହାଯ୍ୟ କରିଥିବା ଉଲ୍ଲେଖ ହୋଇଛି । ଏଥିପାଇଁ ଫୋନ୍ ଓ ସୋସିଆଲ ମିଡିଆକୁ ସେ ବ୍ୟବହାର କରିଥିଲା । ପାକିସ୍ତାନୀ ଆତଙ୍କବାଦୀ ଫାରୁକ୍ ଓ ତାର ଦୁଇ ସହଯୋଗୀଙ୍କ ଗତିବିଧିକୁ ସୁଗମ କରିଥିଲା ଏହି ଯୁବତୀ । ଆକ୍ରମଣ ଭିଆଇବା ପୂର୍ବରୁ ଉମର ଫାରୁକ୍, ସମୀର ଦାର ଓ ଆଦିଲ ମହମ୍ମଦକୁ ଖାଦ୍ୟ ଓ ଆଶ୍ରୟ ଦେବାରେ ୧୫ରୁ ଅଧିକ ଥର ସାହାଯ୍ୟ କରିଥିଲେ ଇନଶା ଜାନ ।

mohammad Umar Farukh

ଏଥିସହ ୨୦୧୮ ଓ ୨୦୧୯ରେ ଫାରୁକ୍‌ ୪ରୁ ୫ ଥର ଆଶ୍ରୟ ଦେଇଥିଲା । ପିତା ତାରିକ ପିର ମଧ୍ୟ ଏବାବଦରେ ଅବଗତ ଥିବା ପ୍ରକାଶ କରିଛନ୍ତି ଏନଆଇଏ ଅଧିକାରୀ । ଗତ ବର୍ଷ ଫେବ୍ରୁଆରୀ ୧୪ ତାରିଖରେ ପୁଲଓ୍ୱାମାରେ ସିଆରପିଏଫ୍‌ କାଫିଲା ଉପରକୁ ଆକ୍ରମଣ ହୋଇଥିଲା । ଏଥିରେ ୪୨ ଜଣ ଯବାନ ସହିଦ ହୋଇଥିଲେ । ଆତଙ୍କବାଦୀ ଆଦିଲ ମହମ୍ମଦ ଦାର ଏହି ଆତ୍ମଘାତୀ ବିସ୍ଫୋରଣ କରିଥିଲା ।

Leave a Reply