ମାର୍ଚ୍ଚ ୩୧ ଯାଏଁ ସ୍କୁଲ-କଲେଜ ବନ୍ଦ, ଲାଗିଲା ନାଇଟ୍ କର୍ଫ୍ୟୁ

1 min read

ପୁଣେ:  ପୁଣେରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏଁ ସ୍କୁଲ-କଲେଜ ଓ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିବ । ଏନେଇ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ସୂଚନା ଦେଇଛନ୍ତି । ଏହା ପୂର୍ବରୁ ମାର୍ଚ୍ଚ ୧୪ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ଲାଗି ନିଷ୍ପତ୍ତି ହୋଇଥିଲା ।

ସୂଚନା ଅନୁଯାୟୀ, କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଯଦିଓ ସ୍କୁଲ-କଲେଜ ବନ୍ଦ ରହିବ ତଥାପି ୟୁପିଏସସି ଓ ଏମପିଏସସି ଲାଗି ପୁସ୍ତକାଳୟ ଖୋଲା ରହିବ । ଡିଭିଜନାଲ୍ କମିଶନର ସୗେରଭ ରାଓ କହିଛନ୍ତି ଯେ ୟୁପିଏସସି ଓ ଏମପିଏସସି କୋଚିଂ ସେଣ୍ଟର ଓ ଲାଇବ୍ରେରୀକୁ ୫୦% କ୍ଷମତାରେ ସଞ୍ଚାଳିତ କରିବା ଲାଗି ଅନୁମତି ଦିଆଯିବ।

ଅପରପକ୍ଷେ ପୁଣେରେ ସ୍କୁଲ ଗୁଡିକ ବନ୍ଦ ପରେ ଅନଲାଇନରେ କ୍ଲାସ୍ କରାଯିବ । ୨୦୨୦ ମସିହା ମାର୍ଚ୍ଚରେ ପୁଣେରେ କରୋନା ଯୋଗୁଁ ସ୍କୁଲ୍ ବନ୍ଦ କରି ଦିଆଯାଇଥିଲା । ତେବେ କରୋନା ସଂକ୍ରମଣ ଧିରେଧିରେ କମିବା ପରେ ୨୦୨୧ ମସିହା ଫେବୃଆରୀରେ ସ୍କୁଲ ଗୁଡିକୁ ପୁଣିଥରେ ଖୋଲିବା ଲାଗି ଘୋଷଣା କରାଯାଇଥିଲା । ହେଲେ ଏବେ ପୁଣିଥରେ ବନ୍ଦ କରାଯାଉଛି ।

ତେବେ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାୟକୱାଡ୍ କହିଛନ୍ତି ଯେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରାଯିବ ନାହିଁ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ପରୀକ୍ଷା ଆୟୋଜିତ କରାଯିବ । ଆଉ ଉଭୟ ପରୀକ୍ଷା ଅଫଲାଇନ୍ ମୋଡରେ ଅନୁଷ୍ଠିତ ହେବ ।

Leave a Reply