spot_img

Latest Posts

ପୁଣେ ପୋର୍ସ କାର ଦୁର୍ଘଟଣା, ଦ୍ବାଦଶ ଶ୍ରେଣୀ ରେଜଲ୍ଟ ବାହାରିବା ଖୁସିରେ ପାର୍ଟି କରିଥିଲା ଅଭିଯୁକ୍ତ

ପୁଣେ: ପୁଣେରେ ଲକଜରୀ ପୋର୍ସ କାର ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ଯୁ ସାମନାକୁ ଆସୁଛି ନୂଆ ତଥ୍ୟ। ଦୁର୍ଘଟଣା ଘଟାଇଥିବା ନାବାଳକ ୯୦ ମିନିଟ ଭିତରେ ଖର୍ଚ୍ଚ କରିଥିଲେ ୪୮ ହଜାର ଟଙ୍କା। ପୁଣେର ଏକ ମଦ ବାରରେ ସେ ୪୮ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ଅନ୍ୟ ୨ ସାଥିଙ୍କ ସହ ବସି ଗୋଟିଏ ପବରେ ୪୮ ହଜାର ଖର୍ଚ୍ଚ କରିଥିଲେ। ଅନ୍ୟ ଏକ ପବରେ ମଧ୍ୟ ସେ ବସି ମଦ ପିଇଥିବା ଜଣାପଡିଛି। ତଦନ୍ତ ବେଳେ ସିସିଟିଭିରୁ ଏହି ଚାଞ୍ଚଲ୍ୟକର ଫଟୋ ସାମନାକୁ ଆସିଛି  ।

ରାତି ୧୦ଟା ୪୦ ମିନିଟରେ ପବ୍‌ରେ ସେ ବିଲ୍‌ ପେମେଣ୍ଟ କରିଛନ୍ତି। ମୋଟର ଭେଇକିଲ ଆକ୍ଟ ଅନୁସାରେ ନାବାଳକଙ୍କ ନାଁରେ ମଦ ପିଇ ଗାଡ଼ି ଚଲାଇବା ଧାରାରେ ମାମଲା ରୁଜୁ କରିଛି ପୋଲିସ। ସେପଟେ ନାବାଳକଙ୍କୁ ସ୍ଥାନୀୟ କୋର୍ଟ ଜାମିନ ପ୍ରଦାନ କରିଛି  ।

କିନ୍ତୁ ଗାଡ଼ି ଚାଳକଙ୍କ ବାପାଙ୍କୁ ଗିରଫ କରିଛି ପୁଣେ ପୋଲିସ। ମାମଲାରେ ନାବାଳକଙ୍କୁ ନିଶାଦ୍ରବ୍ୟ ଦେଇଥିବା ମଦ ଦୋକାନର ଦୁଇ କର୍ମଚାରୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ନାବାଳକଙ୍କ ବୟସ ଯାଞ୍ଚ ନକରି ମଦ ଯୋଗାଇ ଥିବାରୁ ଉଭୟଙ୍କୁ ପୋଲିସ ଗିରଫ କରିଛି।

ଶନିବାର ରାତିରେ ପୁଣେର କଲ୍ୟାଣୀନଗରରେ ଏକ ଦ୍ରୁତ ଗତିରେ ଆସୁଥିବା ପୋର୍ସ କାର୍ ଦୁଇ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଉଭୟ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଉଭୟ ମଧ୍ୟପ୍ରଦେଶର ଜବଲପୁର ନିବାସୀ ସଫ୍ଟୱେୟାର ଇଞ୍ଜିନିୟର ଅଶ୍ୱିନୀ କୋଶଟା ଏବଂ ତାଙ୍କ ବନ୍ଧୁ ଅନିଷ ଅବଧିଆ ମଧ୍ୟ ଥିଲେ। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ  କାର ଡ୍ରାଇଭରକୁ ଧରି ନିସ୍ତୁକ ମାଡ ମାରିଥିଲେ। କାର୍ ଚଲାଉଥିବା ନାବାଳକ ଜଣାଶୁଣା ବିଲଡର ବିଶାଲ ଅଗ୍ରୱାଲଙ୍କ ୧୭ ବର୍ଷୀୟ ପୁଅ ବେଦାନ୍ତ ଅଗ୍ରୱାଲ। ସେ ନାବାଳକ ଦର୍ଶାଇ କୋର୍ଟ ତାଙ୍କୁ ୧୫ ଘଣ୍ଟା ମଧ୍ୟରେ ଜାମିନ ଦେଇଛନ୍ତି।

Latest Posts

Don't Miss