୨ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ

ଜଗତସିଂହପୁର: ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ । ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଅଭିଯୁକ୍ତକୁ ଫାଶୀ ଦଣ୍ଡ ପ୍ରଦାନ କରିଛନ୍ତି ଜଗତସିଂହପୁର ପୋକ୍ସୋ କୋର୍ଟ । ୨୦୧୪ ମସିହାର ଏକ ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ । ଦୁଇ ଦୋଷୀ ହେଲେ ସେକ୍ ଆସିଫ ଓ ସେକ ଅକିଲ । ପ୍ରମାଣ ଅଭାବରୁ ଅନ୍ୟ ଦୁଇ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ୨୦୧୪ମସିହାରେ ତିର୍ତ୍ତୋଲ ଥାନା ଅଞ୍ଚଳରେ ଘଟିଥିଲା ନାରକୀୟ କାଣ୍ଡ । ଚକୋଲେଟ ନେଇ ଫେରୁଥିବାବେଳେ ନାବାଳିକାକୁ ଉଠାଇନେଇ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲେ ।