ଶ୍ରୀମନ୍ଦିରରେ ସବୁ ଦିନ ସର୍ବସାଧାରଣ ଦର୍ଶନ ନେଇ ୮ ତାରିଖରେ ନିଷ୍ପତ୍ତି

Puri Jagannath Temple Daily Darshan Corona

ପୁରୀ: କରୋନା କଟକଣା ମଧ୍ୟରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏବେ ମାତ୍ର ୫ ଦିନ ସର୍ବସାଧାରଣ ଦର୍ଶନ ମିଳୁଥିବା ବେଳେ ଶନିବାର ଓ ରବିବାର ଦର୍ଶନ ବନ୍ଦ ରହୁଛି । ସବୁ ଦିନ ସର୍ବସାଧାରଣ ଦର୍ଶନ ନିମନ୍ତେ ଆସନ୍ତା ୮ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ନୀଳାଦ୍ରି ଭକ୍ତ ନିବାସରେ ବସିବାକୁ ଥିବା ଏହି ବୈଠକରେ ପୂର୍ବରୁ ନିର୍ଦ୍ଧାରିତ ଏସଓପି ନେଇ ଆଲୋଚନା କରାଯିବ । ଶ୍ରୀମନ୍ଦିର ମଧ୍ୟରେ ମହାପ୍ରସାଦ ସେବନ, ଭୋଗ ନଡ଼ିଆ ନେବା ଉପରେ ଥିବା କଟକଣା କୋହଳ ହୋଇପାରେ ।

 Puri Jagannath Temple Daily Darshan Corona

ଆସନ୍ତା ୮ ତାରିଖ ଦିନ ୧୨ଟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଦୁଇ ଡୋଜ ଟୀକା ସାର୍ଟିଫିକେଟ ଓ ଆରଟିପିସିଆର୍ ନେଗେଟିଭ ରିପୋର୍ଟକୁ ନେଇ ନିଆଯାଇଥିବା ନିଷ୍ପତ୍ତିର ମଧ୍ୟ ସମୀକ୍ଷା କରାଯିବ । ଏବେ କରୋନା ସଂକ୍ରମଣ ମାମଲା କମିଥିବାରୁ ସବୁ ଦିନିଆ ଜଗା ଦର୍ଶନ ମିଳିବା ନେଇ ଆଶା ସଞ୍ଚାର ହୋଇଛି ।

Leave a Reply