ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର, ଚାଲିଛି ପ୍ରସ୍ତୁତି

1 min read

ପୁରୀ: ଆଉ ଦିନକ ପରେ ଅର୍ଥାତ୍ ବୁଧବାର ଖୋଲିବାକୁ ଯାଉଛି ଶ୍ରୀମନ୍ଦିର। ଏବେ ଶ୍ରୀଜିଉ ମାନଙ୍କୁ ଦର୍ଶନ କରିପାରିବେ ଭକ୍ତ । ଭକ୍ତ ଓ ଭଗବାନଙ୍କର ହେବ ଅନନ୍ୟ ମିଳନ । ଦୀର୍ଘ ୯ମାସ ହେବ ମହାବାହୁଙ୍କ ଦର୍ଶନରୁ ବିରତ ରହିଥିଲେ ଭକ୍ତ ।

ସୂଚନା ଅନୁଯାୟୀ ୨୩, ୨୪ ଓ ୨୫ ତାରିଖରେ ସେବାୟତଙ୍କ ପରିବାରକୁ ଦର୍ଶନ ସୁବିଧା ମିଳିବାକୁ ଥିବା ବେଳେ ଆସନ୍ତା ୨୬ରୁ ୩୧ ଯାଏଁ ସହରବାସୀଙ୍କୁ ଦର୍ଶନ ସୁଯୋଗ ଦିଆଯିବ । ୪ ଘଣ୍ଟା ଯାଏଁ ପ୍ରତି ୱାର୍ଡବାସୀଙ୍କୁ ମିଳିବ ଦର୍ଶନ ସୁବିଧା । ତେବେ କେଉଁ ୱାର୍ଡକୁ କେବେ ଦର୍ଶନ ସୁବିଧା ମିଳିବ ସେନେଇ ସ୍ଥିର କରାଯିବ ।

ସେହିପରି ସିଂହଦ୍ୱାର ଦେଇ ପ୍ରବେଶ ପାଇଁ ପରିଚୟ ପତ୍ର ଦେଖାଇବା ପରେ ପ୍ରବେଶ ଅନୁମତି ମିଳିବ, ଯେଉଁଥିପାଇଁ ୮ରୁ ୧୦ କାଉଣ୍ଟର ରହିବ । ହେଲେ ପରିଚୟ ପତ୍ର ନଥିଲେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏନେଇ ବୈଠକ ପରେ ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି । ଆହୁରି ମଧ୍ୟ ଟୋକେନ୍ ଅଥବା ଚିରକୁଟ ମାଧ୍ୟମରେ ଦର୍ଶନ କରାଯିବ ।

ଶ୍ରୀମନ୍ଦିର ପ୍ରବେଶ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ହେବ । ଦର୍ଶନାର୍ଥୀ ମାନେ ସାନିଟାଇଜ ହୋଇ ଶ୍ରୀମନ୍ଦିରକୁ ଯିବେ ଏବଂ ଜୋତା ଓ ମୋବାଇଲ୍ ରଖିବା ପାଇଁ ବ୍ୟବସ୍ଥା ହେବ। ଏପରିକି ୧୨ରୁ ୧୪ ଘଣ୍ଟା ଯାଏଁ ଭକ୍ତଙ୍କୁ ଦର୍ଶନ ସୁବିଧା ମିଳିବାକୁ ଥିବା ବେଳେ ବରିଷ୍ଠ ନାଗରିକ ଓ ଶିଶୁଙ୍କୁ ଏବେ ଜଗା ଦର୍ଶନ କରିବାକୁ ମିଳିବନି।

Devotee Waits To See Lord Jagannath On Shri Mandir

ତେବେ ଭିଡ଼ ନଥିଲେ ବୟସ୍କ ମାନେ ଗରୁଡ଼ ସ୍ତମ୍ଭ ଯାଏଁ ଯାଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି । ଏହାବ୍ୟତିତ କୋଭିଡ-୧୯ ଗାଇଡଲାଇନକୁ କଡାକଡି ଭାବେ ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜାନୁଆରୀ ୩ ପରେ ସକାଳେ ଓ ସନ୍ଧ୍ୟା ସମୟରେ ୧ ଘଣ୍ଟା ପାଇଁ ପୁରୀବାସୀ ଦର୍ଶନର ସୁଯୋଗ ପାଇବେ ବୋଲି ସୂଚନା ମିଳିଛି ।

Leave a Reply