ଚାଲିଛି ରଥକାମ

1 min read

ପୁରୀ: ପୁରୀ ଶ୍ରୀନଅର ସାମ୍ନା ରଥଖଳାରେ ଚାଲିଛି ରଥ ନିର୍ମାଣ କାମ । ନିହାଣ ଓ ମୁଗୁର ମାଡ଼ରେ ସୃଷ୍ଟି ହୋଇଛି ଭିନ୍ନ ପରିବେଶ । ୩ ରଥର ୪୨ଟି ତୁମ୍ବର ଗୋଲେଇ କାର୍ଯ୍ୟ ସରିବା ପରେ ଏବେ ବିନ୍ଧ କରାଯାଉଛି । ପ୍ରତି ତୁମ୍ବରେ ୧୬ ଯୋଡ଼ା ବିନ୍ଧ କରାଯିବ । କରତି ସେବକମାନେ ତୁମ୍ବ ଘେରର ବଳକା ଅଂଶ  କାଟୁଛନ୍ତି l ଆସନ୍ତା ୨୨ ତାରିଖରେ ନୃସିଂହ ଚତୁର୍ଦଶୀ ଦିନ ରୂପକାର ସେବକ ମାନେ ରଥ ଖଳାରେ ଯୋଗଦାନ କରି କୋଣ ଗୁଜ ଅନୁକୂଳ କରିବେ l ପରମ୍ପରା ଅନୁଯାଇ ମହାପ୍ରଭୁଙ୍କ ରଥକାର୍ଯ୍ୟ ଅନୁକୂଳ କରାଯିବା ପରେ ରଥ ନିର୍ମାଣ କରାଯାଏ l ଶନିବାର ରଥ ନିର୍ମାଣରେ ୧୧୦ ରୁ ଉର୍ଦ୍ଧ୍ବ ସେବକ  ନିୟୋଜିତ ହୋଇଛନ୍ତି । ଚକ ପ୍ରସ୍ତୁତିରେ ଲାଗିଛନ୍ତି ବିଶ୍ବକର୍ମା, ଭୋଇ ସେବକ, କରତି ସେବକ l ଗୁରୁବାର ତିନି ରଥର ମୁଖ୍ୟ ବିଶ୍ବକର୍ମା ବିନ୍ଧ ଅନୁକୂଳ କରିଥିଲେ । ଏବେ ସମସ୍ତ ବିଶ୍ବକର୍ମା ତୁମ୍ବ ଖୋଦେଇରେ ଲାଗିଛନ୍ତି । ତାଳଧ୍ବଜ ରଥର ୧୪ଟି ଚକ, ନନ୍ଦିଘୋଷ ରଥର ୧୬ଟି ଚକ ଚକ ଓ ଦର୍ପଦଳନ ରଥର ୧୨ଟି ଚକ । ମୋଟ୍ ୪୨ଟି ଚକର ୪୨ଟି ତୁମ୍ବ ରେ ବିନ୍ଧ କରାଯାଉଛି । ଭୋଇ ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଯନ୍ଧା ଗାଡ଼ ଖୋଳିବେ । ସେଠାରେ ସିଙ୍ଗଡ଼ା ବାଡ଼ିଆ କରି ତୁମ୍ବର ବିନ୍ଧରେ ଅର ଫିଟ୍ ହେବ । ପରେ ରଥଖଳାଲେ ବିଲେଇ ବାଡ଼ିଆ ପ୍ରକ୍ରିୟାରେ ସିଙ୍ଗଡ଼ାରେ ପହି ପିନ୍ଧାଇ ଚକ ପ୍ରସ୍ତୁତ କରାଯିବ ।