ଶ୍ରୀକ୍ଷେତ୍ରରେ ଶଙ୍ଖକୁ କାହିଁକି ଘୋଡ଼ାଯାଉଛି: ରାମକୃଷ୍ଣ ଦାସ ମହାପାତ୍ର

ଭୁବନେଶ୍ବର: ଶ୍ରୀକ୍ଷେତ୍ରରେ ଶଙ୍ଖକୁ କାହିଁକି ଘୋଡ଼ାଯାଉଛି ? ଏପରି କାମକୁ ତୀବ୍ର ବିରୋଧ କରିଛନ୍ତି ପୁରୀ ସେବାୟତ । ଶ୍ରୀଜଗନ୍ନାଥ ସଂସ୍କୃତିର ପବିତ୍ର ପ୍ରତୀକ ହେଉଛି ଶଙ୍ଖ । ଏହାକୁ ଅସମ୍ମାନିତ କରିବା ତଥା ଏହା ପ୍ରତି ଅଶୋଭନୀୟ ଆଚରଣ କରିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି । ଏହାକୁ ରୋକିବାକୁ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛନ୍ତି ପୁରୀ ସେବାୟତ । ବରିଷ୍ଠ ସେବାୟତ ରାମକୃଷ୍ଣ ଦାଶମହାପାତ୍ରଙ୍କ ନେତୃତ୍ୱରେ ୭ ଜଣିଆ ସେବାୟତ ଟିମ ସିଇଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି । ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଶ୍ରୀକ୍ଷେତ୍ର ଶଙ୍ଖ କ୍ଷେତ୍ରରେ ଥିବା ଶଙ୍ଖକୁ ନଘୋଡାଇବାକୁ ଦାବି କରିଛନ୍ତି ସେବାୟତ । ତେବେ ଏହାକୁ ସମ୍ମାନ ଜଣାଇ ବିଚାର କରିବେ ବୋଲି ସିଇଓ ପ୍ରତିଶୃତି ଦେଇଥିବା କହିଛନ୍ତି ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର ।