ପୁରୀ ଅଘଟଣ : ବଦଳିଲେ ଜିଲ୍ଲାପାଳ ଓ ଏସପି
1 min read
ନନ୍ଦିଘୋଷ ବ୍ୟୁରୋ: ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଘଟଣ । ୩ ଜଣଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଉନ୍ନୟନ କମିଶନରଙ୍କ ଅଧୀନରେ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ । ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ବଦଳି ନିର୍ଦ୍ଦେଶ । ପୁରୀର ନୂଆ ଜିଲ୍ଲାପାଳ ହେଲେ ଚଞ୍ଚଳ ରାଣା ଏବଂ ପିନାକ ମିଶ୍ରଙ୍କ ଏସପି ଦାୟିତ୍ବ । DCP ଶ୍ରୀ ବିଷ୍ଣୁ ପତି ଏବଂ କମାଣ୍ଡାନ୍ଟ ଅଜୟ ପାଢ଼ୀ ନିଲମ୍ବିତ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିବାବେଳେ ଏଘଟଣାରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେପଟେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି ।