ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାର ପାର୍ଶ୍ଵ କାନ୍ଥର ଲେଜର୍ ସ୍କାନିଂ

ପୁରୀ: ରତ୍ନଭଣ୍ଡାର ବାହାର ପାର୍ଶ୍ଵ କାନ୍ଥ ସମ୍ପୂର୍ଣ୍ଣ ଲେଜର୍ ସ୍କାନିଂ ସରିଛି । ଉତ୍ତର ପୂର୍ବ ,ଉତ୍ତର ପଶ୍ଚିମ ଓ ଉତ୍ତର ଭାଗର ୪୫ଟି ପଏଣ୍ଟ ସହ ଯୋଡେଇ ସ୍ଥାନରେ ଲେଜର୍ ସ୍କାନିଂ ସରିଛି । ଲେଜର ସ୍କାନିଂ ସଂପୂର୍ଣ୍ଣ ହୋଇଥିବା ନେଇ ସୂଚନା ଦେଇଛନ୍ତି ଏଏସ୍‌ଆଇ ଅଧୀକ୍ଷକ । ବର୍ତ୍ତମାନ ଲେଜର୍ ସ୍କାନିଂର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ପରେ ଏହାର ଅନୁଧ୍ୟାନ କରାଯିବ ।

୫ ଡିଗ୍ରୀ କୋଣରେ ଦୁଇ ଦିନ ଧରି ଚାଲିଥିବା ଲେଜର୍ ସ୍କାନିଂ ସରିଛି ଏବଂ ତାହାର ଡକ୍ୟୁମେଣ୍ଟେସନ ସରିଛି। ଏହାର ରିପୋର୍ଟ ଆସିବା ପରେ ପାର୍ଶ୍ଵ ଦେବାଦେବୀ ମନ୍ଦିରର ଲେଜର୍ ସ୍କାନିଂ କରାଯିବ । ଆବଶ୍ୟକ ପଡିଲେ ଭିତର ରତ୍ନଭଣ୍ଡାର ଲେଜର୍ ସ୍କାନିଂ ପାଇଁ ଶ୍ରୀମନ୍ଦିର ପ୍ରଶାସନଙ୍କୁ ଚିଠି ଲେଖାଯିବ । ଅନ୍ୟପଟେ ଲେଜର୍ ସ୍କାନିଂ ସହ ନାଟମଣ୍ଡପ ବିମ୍ ମରାମତି କାର୍ଯ୍ୟ କିଭଳି ଦୃତ ଗତିରେ ହେବ ସେ ନେଇ ଏଏସ୍‌ଆଇ ଅଧୀକ୍ଷକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଥିଲେ।