ଏକ୍ସପ୍ରେସ ୱେ ତ’ ତିଆରି କରିଦେଲେ କିନ୍ତୁ ୩୪୧ କିମି ରାସ୍ତାରେ ନାହିଁ ଗୋଟିଏ ବି ପେଟ୍ରୋଲ ପମ୍ପ !

1 min read

ଲକ୍ଷ୍ନୌ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ ଉତ୍ତର ପ୍ରଦେଶର ପୂର୍ବଞ୍ଚାଳ ଏକ୍ସପ୍ରେସଓ୍ବେ । ଏହି ୩୪୧ କିଲୋମିଟର ଏକ୍ସପ୍ରେସଓ୍ବେ ଦ୍ବାରା ପୂର୍ବ ଓ ପଶ୍ଚିମ ଉତ୍ତରପ୍ରଦେଶର ଲୋକମାନେ ଉପକୃତ ହେବେ । ଏହି ଏକ୍ସପ୍ରେସଓ୍ବେ ଲକ୍ଷ୍ନୌର ଚାନ୍ଦ ସରାଇରୁ ଆରମ୍ଭ ହୋଇ ଗାଜୀପୁର ପର୍ଯ୍ୟନ୍ତ ହୋଇଛି । ଏହି ଏକ୍ସପ୍ରେସଓ୍ବେ ତିଆରି କରିବାକୁ ମୋଟ ୨୨ ହଜାର ୪୯୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହା ଏକ୍ସପ୍ରେସଓ୍ବେ ଲକ୍ଷ୍ନୌ, ବାରବାଙ୍କି, ଆମେଥି, ଅଯୋଧ୍ୟା, ସୁଲତାନପୁର, ଆମ୍ବେଦକର ନଗର, ଆଜମଗଡ଼, ମାଉ ଓ ଗାଜିପୁର ୯ଟି ଜିଲ୍ଲା ଦେଇ ଯିବ ।

ଏହି ଏକ୍ସପ୍ରେସଓ୍ବେ ବର୍ତ୍ତମାନ ୬ ଲେନ୍ ବିଶିଷ୍ଟ ହୋଇଛି ଯାହା ଭବିଷ୍ୟତରେ ୮ ଲେନ ବିଶିଷ୍ଟ ହେବ । ଏହି ଏକ୍ସପ୍ରେସଓ୍ବେରେ ଗାଜିପୁରରୁ ଦିଲ୍ଲୀ ପହଞ୍ଚିବା ପାଇଁ ୧୦ ଘଣ୍ଟା ସମୟ ଲାଗିଥାଏ । ଏହି ରୋଡ ନିର୍ମାଣ କରିବାକୁ ମୋଟ ତିନି ବର୍ଷ ସମୟ ଲାଗିଥିଲା । ଏକ ଆକଳନ ଅନୁଯାୟୀ ୩୪୧ କିଲୋମିଟରର ଏହି ପୂର୍ବାଞ୍ଚଳ ଏକ୍ସପ୍ରେସ ଯାତ୍ରା କରିବାକୁ ୪ ଘଣ୍ଟା ସମୟ ଲାଗିବ । ଏହି ଏକ୍ସପ୍ରେସରୁ ସରକାର ୨୦୨ କୋଟି ଟଙ୍କାର ଟ୍ୟାକ୍ସ ପାଇବେ । କିନ୍ତୁ ବର୍ତ୍ତମାନ କିଛି ଦିନ ପର୍ଯ୍ୟନ୍ତ ଟ୍ୟାକ୍ସ ଆଦାୟ କରାଯିବ ନାହିଁ । କିନ୍ତୁ କିଛି ଦିନ ପରେ ଏହି ଏକ୍ସପ୍ରେସଓ୍ବେରୁ ଟୋଲ ଆଦାୟ କରାଯିବ । ଏହି ଏକ୍ସପ୍ରେସଓ୍ବେରେ ୧୮ଟି ଫ୍ଲାଇ ଓଭର ଓ ୭ଟି ରେଲଓ୍ବେ ଓଭରବ୍ରିଜ୍, ୭ଟି ବଡ଼ ବ୍ରିଜ୍, ୧୦୪ ଛୋଟ ବ୍ରିଜ୍, ୧୩ଟି ଇଣ୍ଟରଚେଞ୍ଜ, ୫ଟି ରେମ୍ପ, ୨୭୧ଟି ଅଣ୍ଡରପାସ ଏବଂ ୫୨୫ କଲର୍ଭଟ ନିର୍ମାଣ କରାଯାଇଛି । ଏହି ଏକ୍ସପ୍ରେସଓ୍ବେରେ ଜରୁରୀ କାଳୀନ ପରିସ୍ଥିତିରେ ବାୟୁ ସେନାର ବିମାନ ମଧ୍ୟ ଅବତରଣ କରିପାରିବ । ଏଥିପାଇଁ ସୁଲତାନପୁରରେ ୩.୨ କିଲୋମିଟର ଲମ୍ବା ଓ ୩୪ମିଟର ଓସାରରେ ଏକ ଏୟାର ଷ୍ଟ୍ରିପ୍ ନିର୍ମାଣ କରାଯାଇଛି ।

ପୂର୍ବାଞ୍ଚାଳ ଏକ୍ସପେସଓ୍ବେର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି ଏବଂ  ଆଜି ଏହାର ଉଦଘାଟନ ହେବାକୁଚ ଯାଉଛି । କିନ୍ତୁ ତଥାପି ଏହି ଏକ୍ସପ୍ରେସଓ୍ବରେ କିଛି ଅସୁବିଧା ରହିଛି । ଏହି ୩୪୧ କିଲୋମିଟର ରାସ୍ତାରେ କୌଣସି ପେଟ୍ରୋଲ ପମ୍ପ କି କୌଣସି ଶୌଚାଳୟ ରହିଛି । ଯଦି ଏହି ଏକ୍ସପ୍ରେସଓ୍ବେରେ ଆପଣଙ୍କ ଗାଡି ଖରାପ ହେଉଛି ତା ଆପଣଙ୍କୁ ଏହି ଏକ୍ସପ୍ରେଦସଓ୍ବେରେ କିଛି ଗ୍ୟାରେଜ ମିଳିବ ନାହିଁ । ଏତିକି ନୁହେଁ ଏହି ଏକ୍ସପ୍ରେସଓ୍ବେରେ ଖାଇବା ପାଇଁ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇନାହିଁ । ତେବେ UPEIDA କହିଛି କି ଏହି ଏକ୍ସପ୍ରେସଓ୍ବେରେ ୮ଟି ସ୍ଥାନରେ ପେଟ୍ରୋଲ ପମ୍ପ ଓ ୪ଟି ସ୍ଥାନରେ ସିଏନଜି ଷ୍ଟେସନ ନିର୍ମାଣ ହେବ ।

Leave a Reply