spot_img

Latest Posts

ପୁରୀବାସୀଙ୍କ ଠାରୁ ଅଭୂତପୂର୍ବ ଭଲ ପାଇବା ମିଳୁଛି ପୁଷ୍କରା ସିନେମାକୁ

ପୁରୀ : ସବୁଠି ପ୍ରଶଂସା ସାଉଁଟୁଛି ଓଡ଼ିଆ ଚଳଚ୍ଚିତ୍ର ପୁଷ୍କରା। ରାଜ୍ୟ ଠାରୁ ଆରମ୍ଭକରି ରାଜ୍ୟ ବାହାରେ ମଧ୍ୟ ବେଶ ଦର୍ଶକଙ୍କ ମନକୁ ଛୁଇଁ ପାରିଛି ପୁଷ୍କରା। ସବୁଠି ଅନେକ ସଫଳତା ପାଇବା ପରେ ଅନେକ ହୃଦୟ ଜିତି ସାରିବା ପରେ ଆଜି ପୁରୀକୁ ଆସିଛି । ପୁରୀ ଟାଉନ୍ ହଲରେ ଆଜି ପୁଷ୍କରା ରିଲିଜ୍ ହୋଇଛି । ୫ ଟି ସୋ ମାଧ୍ୟମରେ ଆଜି ପୁରୀବାସୀଙ୍କ ଠାରୁ ଅଭୂତପୂର୍ବ ଭଲ ପାଇବା ମିଳୁଛି ପୁଷ୍କରା ସିନେମାକୁ। ଏହି ସଫଳତାକୁ ନେଇ ଅଭିନେତା ସବ୍ୟସାଚୀ ମିଶ୍ର କହିଛନ୍ତି, ଏହା ଏକ ସଂଯୋଗ ଯେ ଆଜି ଜାତୀୟ ସିନେମା ଦିବସ ଓ ପୁଷ୍କରାର ୨୫ ତମ ସଫଳ ଦିବସ ।

ଏଇ ଅବସରରେ ମୁଁ ଆଜି ଅପରାହ୍ନ ୫:୫୦ ସମୟରେ ଟାଉନ୍ ହଲ୍ ଯାଇ ଦର୍ଶକଙ୍କୁ ଉତ୍ସାହିତ କରିବି। ହଲ୍ ବାହାରେ ପୁଷ୍କରାର ସଫଳତାକୁ ମାଲଖମ୍ଭ ମାଧ୍ୟମରେ ପରିବେଷଣ କରିବେ ପୁରୀର କଳାକାର।

Latest Posts

Don't Miss