spot_img

Latest Posts

ପୁଟିନ ଓ ଜିନପିଙ୍ଗଙ୍କ ସହ ଆଜି ସମରକନ୍ଦରେ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ: ଉଜବେକିସ୍ତାନ ସମରକନ୍ଦରେ ଆଜିଠୁ ଆରମ୍ଭ ସାଂଘାଇ ସହଯୋଗ ସଂଗଠନ ବା ଏସସିଓ ବୈଠକ । ଆଜିର ବୈଠକରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବ ଆଲୋଚନା । ସମରକନ୍ଦରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପହଞ୍ଚିସାରିଥିବାବେଳେ ତାଙ୍କୁ ସ୍ୱାଗତ କରିଥିଲେ ଉଜବେକିସ୍ତାନ ରାଷ୍ଟ୍ରପତି ସାଭକାତ ମିର୍ଜୟୋଭ। ଏସସିଓ ସମ୍ମିଳନୀର ଦୁଇ ଦିନ ପୂର୍ବରୁ ଭାରତ ଓ ଚୀନ ଗୋଗ୍ରା-ହଟସ୍ପ୍ରିଂସ ପିପି୧୫ରୁ ସୈନ୍ୟ ଅପସାରଣ କରିଥିବାରୁ ଦୁଇ ଦେଶ ମଧ୍ୟରେ ସକରାତ୍ମକ ଆଲୋଚନା ହେବା ଆଶା କରାଯାଉଛି। ତେଣେ ଡିସେମ୍ବରରେ ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ଭାବେ ଭାରତ ଦାୟିତ୍ୱ ନେବାକୁ ଯାଉଥିବାରୁ ଏହି ପ୍ରସଙ୍ଗରେ ପୁଟିନଙ୍କ ସହ ମୋଦି କରିପାରନ୍ତି ଆଲୋଚନା।

ଆଜି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବି ହୋଇପାରେ ଆଲୋଚନା । ବିଶେଷ କରି ଋଷ-ୟୁକ୍ରେନ ଯୁଦ୍ଧ ଓ ତାଇୱାନ ଟେନସନ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ଗୁରୁତ୍ୱପୂର୍ଣ୍ଣ ହେବ । ସମରକନ୍ଦରେ ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କ ସମେତ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସି, ଉଜବେକିସ୍ତାନ ରାଷ୍ଟ୍ରପତି ସାଭକାତ ମିର୍ଜୟୋଭ, ଚୀନ ରାଷ୍ଟ୍ରପତି ଜିନପିଙ୍ଗ, ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କ ସହ ଆଲୋଚନା କରିବେ । ସାଂଘାଇ ସହଯୋଗ ସଂଗଠନରେ ସଦସ୍ୟ ରହିଛନ୍ତି ଚୀନ, ଋଷ, ଭାରତ, ପାକିସ୍ତାନ, କାଜାଖସ୍ତାନ, କିରଗୀଜସ୍ତାନ, ତାଜିକସ୍ତାନ ଓ ଉଜବେକିସ୍ତାନ ।

Latest Posts

Don't Miss