spot_img

Latest Posts

ଦିଲ୍ଲୀରୁ ଦୋହା ଯାଉଥିବା ଫ୍ଲାଇଟକୁ ପାକିସ୍ତାନରେ କରାଗଲା ଅବତରଣ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଦିଲ୍ଲୀରୁ ଦୋହା ଅଭିମୁଖେ ଯାଉଥିବା କତାର୍‌ ଏୟାର୍‌ୱେଜ୍‌କୁ କରାଚୀରେ ଜରୁରୀ ଅବତରଣ କରାଯାଇଛି । କତାର୍‌ ଏୟାର୍‌ୱେଜ୍‌ର ଗୋଟାଏ ବିମାନର ମାଲ୍‌ପତ୍ର ଥିବା ପ୍ରକୋଷ୍ଠରେ ଧୂଆଁ ବାହାରିବାରୁ ଫ୍ଲାଇଟର ଗତିପଥ ପରିବର୍ତ୍ତନ କରି ତାହାକୁ ପାକିସ୍ତାନର କରାଚୀରେ ଜରୁରୀ ଅବତରଣ କରାଯାଇଛି । ଉକ୍ତ ବିମାନ (କ୍ୟୁଆର୍‌୫୭୯)ରେ ୧୦୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ।

ଘଟଣା ସଂକ୍ରାନ୍ତରେ ବ୍ୟାଖ୍ୟା ଦେଇ କତାର୍‌ ଏୟାର୍‌ୱେଜ୍‌ କହିଛି, ସମ୍ପ୍ରତି ଘଟଣା ବିଷୟରେ ତଦନ୍ତ ଚାଲିଛି ଏବଂ ଯାତ୍ରୀମାନଙ୍କୁ ଦୋହା ନେଇ ଯିବା ଲାଗି ଗୋଟାଏ ରିଲିଫ୍‌ ବିମାନର ବ୍ୟବସ୍ଥା କରାଯାଉଛି । ଅସୁବିଧା ନିମନ୍ତେ ଆମେ ଯାତ୍ରୀମାନଙ୍କ ନିକଟରେ କ୍ଷମାପ୍ରାର୍ଥୀ।

ଅନ୍ୟପଟେ, ଟୁଇଟରେ ଏହି ଘଟଣାକୁ ନେଇ ଖୁବ ହଙ୍ଗାମା ହୋଇଛି । ଏହାପରେ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ୱିଟ କରି କହିଛନ୍ତି ଯେ, ଫ୍ଲାଇଟରେ ଯାନ୍ତ୍ରୀକ ତ୍ରୁଟି କାରଣରୁ ଏହାକୁ ପାକିସ୍ତାନର କରାଚୀରେ ଜରୁରୀ ଅବତରଣ କରାଯାଇଛି । ବର୍ତ୍ତମାନ ଯାତ୍ରୀମାନଙ୍କୁ ଦୋହା ନେଇଯିବା ପାଇଁ ଅନ୍ୟ ଫ୍ଲାଇଟର ବ୍ୟବସ୍ଥା ହୋଇଯାଇଛି ।

ସୂଚନାଯୋଗ୍ୟ, ଦିଲ୍ଲୀରୁ ଆଜି ପାହାନ୍ତା ୩.୫୦ରେ ଉଡ଼ାଣ ଆରମ୍ଭ କରିଥିବା ବିମାନଟି ଭୋର୍‌ ୫.୩୦ରେ କରାଚୀରେ ଅବତରଣ କରିଥିବା କଥା ରମେଶ ରାଲିୟା ନାମକ ଜଣେ ଯାତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି। କିନ୍ତୁ, ବିମାନଟି କେତେବେଳେ କରାଚୀରୁ ଉଡ଼ାଣ ଆରମ୍ଭ କରିବ ତାହା ଜାଣିପାରୁ ନାହାନ୍ତି। ବିମାନ ଅବତରଣ କରିବା ପରେ ସେମାନେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇ ବିମାନ ବନ୍ଦରରେ ଅପେକ୍ଷା କରିବାକୁ କହିଥିଲେ।

Latest Posts

Don't Miss